ପୂର୍ବତନ ଏମ୍‌ପି ନରେନ୍ଦ୍ର ସ୍ବାଇଁଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୯(ବ୍ୟୁରୋ): ପୂର୍ବତନ ରାଜ୍ୟସଭା ଏମ୍‌ପି ନରେନ୍ଦ୍ର ସ୍ବାଇଁଙ୍କ ସୋମବାର ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ସେ ୨୦୧୫ ମସିହାରେ ରାଜ୍ୟସଭାର ଏମ୍‌ପି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ବିଜେଡି ଟିକେଟ୍‌ରେ ରାଜ୍ୟସଭାକୁ ଯାଇ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ।

Share