ଭୋପାଳ,୧୯।୯: ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଆକ୍ସନ ମୁଡ୍ରେ ଦେଖିବାକୁ ମିଳୁଛି। ଶଙ୍କର ଶାହ ଏବଂ ରଘୁନାଥ ଶାହାଙ୍କ ବଳିଦାନ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଦଳ ଛାଡୁଥିବା ନେତାଙ୍କୁ ଏକ ପରାମର୍ଶ ଦେଇଛନ୍ତି।
ଦୁଇ ଦିନ ପୂର୍ବେ କମଳନାଥଙ୍କ ନିକଟତମ କୁହାଯାଉଥିବା କଂଗ୍ରେସର ପୂର୍ବତନ ବିଧାୟକ ଅରୁଣଦୟ ଚୌବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାକୁ ନେଇ କମଳନାଥଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ମୁଁ କାହାର ତୋଷାମଦରେ ବିଶ୍ୱାସ କରେ ନାହିଁ। ଯେଉଁମାନେ କଂଗ୍ରେସରେ କାର୍ଯ୍ୟ କରୁଛନ୍ତି ସେମାନେ ଦଳ ସହ ନିବିଡ ଭାବରେ ଜଡିତ ଅଛନ୍ତି। ଏଥି ସହିତ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି, ମୁଁ ସେମାନଙ୍କୁ ମୋ କାରରେ ଭାଜପା କାର୍ଯ୍ୟାଳୟରେ ଛାଡିଦେଇ ଆସିବି। ଭାଜପା ସବୁବେଳେ ଚାପର ରାଜନୀତି କରେ। ତେଣୁ ଯେଉଁମାନଙ୍କୁ ଉପରେ ଚାପ ପଡୁଛି ସେମାନେ ଦଳ ଛାଡୁଛନ୍ତି। ମୁଁ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବି ନାହିଁ।