ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ, କଲେ ବଡ଼ ଦାବି

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ ଶୁକ୍ରବାର ରେଳମନ୍ତ୍ରୀ Ashwini Vaishnaw ଙ୍କୁ ଭେଟିଛନ୍ତି। ରେଳମନ୍ତ୍ରୀଙ୍କଠାରେ ସେ ବିଭିନ୍ନ ଦାବି ରଖିବା ସହିତ ତାଙ୍କୁ ଏକ ଦାବିପତ୍ର ସେ ପ୍ରଦାନ କରିଛନ୍ତି। ବରଗଡ଼ରୁ ଭୁବନେଶ୍ୱରକୁ ଇଣ୍ଟରସିଟି ଟ୍ରେନ ଚଳାଚଳ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ରହିଛି। ଫଳରେ ବରଗଡ଼ରୁ ଭୁବନେଶ୍ୱରକୁ ପ୍ରତିଦିନ ସକାଳୁ ଇଣ୍ଟରସିଟି ଟ୍ରେନ ଚଳାଚଳ ପାଇଁ ପ୍ରଦୀପ ଦାବି କରିଛନ୍ତି। ସେହିପରି ବରଗଡ଼ ରୋଡ୍‌ ଏବଂ ବଲାଙ୍ଗିର ଷ୍ଟେଶନ ପୂର୍ବତଟ ରେଲବାଇର ସମ୍ବଲପୁର ଡିଭିଜନ ଅଧିନରେ ରହିଛି। ବରଗଡ଼ ରୋଡ୍‌/ବଲାଙ୍ଗିରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନୂଆ ଟ୍ରେନ ଚଳାଚଳ କରାଯାଉ କିମ୍ବା 1803/304 ପୁରୀ-ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼/ବଲାଙ୍ଗିର ପର୍ଯ୍ୟନ୍ତ 2-ରେକ୍‌ ଟ୍ରେନଭାବେ ପରିବର୍ତ୍ତନ କରାଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି।

ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗକୁ ବିଚାର କରି ଏବଂ ଏହି ଅଞ୍ଚଳର ପୁରୁଣା ଦାବି ସମୂହକୁ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ରେଳମନ୍ତ୍ରୀଙ୍କଠାରେ ଦାବି ରଖିଛନ୍ତି। ଏହା ସହିତ ବରଗଡ଼-ନୂଆପଡ଼ା ରେଳପଥ ନିର୍ମାଣ କାର୍ଯ୍ୟରେ ତ୍ୱରିତ୍‌ ପଦକ୍ଷେପ ନେବା ସହିତ ପାଇକମାଳ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରି ନୃସିଂହନାଥ ରେଳ ଷ୍ଟେଶନ କରିବାକୁ ପ୍ରଦୀପ ପ୍ରସ୍ତାବ ଦେଇଛନ୍ତି। ସେହିପରି ଜନଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ସମ୍ପ୍ରସାରଣ ସହିତ ହାତିଆ଼-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନକୁ ରାୟଗଡ଼ ଏବଂ କୋଭିଡ୍‌ ସମୟରେ ବନ୍ଦ ହୋଇଥିବା ନିଜାମୁଦ୍ଦିନ-ରାୟଗଡ଼ ଗୋଣ୍ଡୱାନା ଏକ୍ସପ୍ରେସ ଟ୍ରେନକୁ ପୁନଃ ଚଳାଚଳ କରିବା ପାଇଁ ରେଳମନ୍ତ୍ରୀଙ୍କଠାରେ ପ୍ରଦୀପ ଦାବି ରଖିଛନ୍ତି। ରେଳମନ୍ତ୍ରୀଙ୍କଠାରେ ପ୍ରଦୀପ ଏହି ଦାବି ରଖିବା ସମୟରେ କେନ୍ଦ୍ରମନ୍ତ୍ରୀ ରବନିତ୍‌ ସିଂ ବିଟ୍ଟୁ ମଧ୍ୟ ସେଠରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image