Categories: ଜାତୀୟ

କବାଡି ଖେଳିଳେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୧୪ ।୧୦: ମଧ୍ୟପ୍ରଦେଶ ଭୋପାଳର ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ସେ ମହିଳା କବାଡି ଖେଳାଳିଙ୍କ ସହ କବାଡି ଖେଳିଥିବା ନଜର ଆସିଛି । ବୁଧବାର ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଭୋପାଳର ଶକ୍ତିନଗର ସ୍ଥିତ କାଳି ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ପହଞ୍ଚି ବିଧି ବଧାନରେ ପୂଜାର୍ଚ୍ଚନା କରିବା ପରେ ଶକ୍ତିନଗର ଗ୍ରାଉଣ୍ଡରେ କବାଡି ଖେଳୁଥିବା ମହିଳା ଖେଳାଳିଙ୍କ ନିକଟରେ ପହଞ୍ଚିଥିଲେ । ଏମାନଙ୍କ ଉତ୍ସାହ ବୃଦ୍ଧି କରିବାକୁ ଯାଇ ପ୍ରଜ୍ଞା ମହିଳା କବାଡି ଖେଳାଳିଙ୍କ ସହ କବାଡି ଖେଳିଥିଲେ । ସୂଚନାଯାଗ୍ୟ, ଏହା ପୂର୍ବରୁ ଜୁଲାଇ ମାସରେ ବି ଏମ୍‌ପି ଶକ୍ତିନଗରରେ ବାସ୍କେଟବଲ ଖେଳି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ସେଠାରେ ସେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ।

Share