Posted inଜାତୀୟ

ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ

ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ ମଧ୍ୟପ୍ରଦେଶ ପ୍ରୋଟେମ ବାଚସ୍ପତି ରାମେଶ୍ୱର ଶର୍ମାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଶର୍ମା କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ସହ କରୋନା ମହାମାରୀ ଶେଷ ହେବ। ରାକ୍ଷସ ବଦ୍ଧ ପାଇଁ ଭଗବାନ ରାମ ଜନ୍ମ ହୋଇଥିଲେ। ତେଣୁ ୫ ତାରିଖରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ମାତ୍ରେ କରୋନା ପରି ମହାମାରୀର ବିନାଶ ମଧ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଶିଳାନ୍ୟାସ କରିବେ। ଏହି ସମୟ ମଧ୍ୟରେ ସାମାଜିକ ଦୂରତା ସମ୍ପୂର୍ଣ୍ଣ ଭାବରେ ଯତ୍ନ ନିଆଯିବ। ଶ୍ରୀ ରାମ ଜନ୍ମଭୂମିର ତୀର୍ଥ କ୍ଷେତ୍ର କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ ୧୫୦ ନିମନ୍ତ୍ରିତ ବ୍ୟକ୍ତିଙ୍କ ସମେତ ୨୦୦ରୁ ଅଧିକ ଲୋକ ଏକାଠି ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଫ୍ରାନ୍ସର ୬୩ ହଜାର କୋଟି ଟଙ୍କାର ମେଗା ଡିଲ୍‌, ନୌସେନାକୁ ମିଳିବ ୨୬ ଫାଇଟର ଜେଟ୍‌

ନୂଆଦିଲ୍ଲୀ,୯ା୪: ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ କ୍ୟାବିନେଟ୍‌ କମିଟି (CCS) ମେଗା ଡିଲ୍‌କୁ ମଞ୍ଜୁରୀ...

ଗୋଟିଏ ସର୍ତ୍ତରେ କ୍ରିକେଟର୍‌ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍‌ କଲେ ପୁଅ

ନୂଅଦିଲ୍ଲୀ,୯।୪: CSK ବିପକ୍ଷରେ ଶତକ ହାସଲ କରିବା ପରେ ପଞ୍ଜାବ କିଙ୍ଗସ ଖେଳାଳି ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଏହି ଶତକୀୟ ଇନିଂସ...

ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଏମିତି ଲେଖିଲେ ଦେବାଶିଷ,ସ୍ବାଭିମାନ ନ ଥିବା ସ୍ବାର୍ଥବାଦୀଙ୍କ…

ଭୁବନେଶ୍ୱର,୯ା୪: ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି...

ଚର୍ଚ୍ଚାରେ ଯମଜ ଭଉଣୀ: MBBS ପରୀକ୍ଷାରେ ସମାନ ନମ୍ବର ରଖି ସୃଷ୍ଟି କଲେ ଅନନ୍ୟ ରେକର୍ଡ

ସୁରତ,୯।୩: ଆଜିକାଲି ଗୁଜରାଟର ଯମଜ ଭଉଣୀ ଚର୍ଚ୍ଚାରେ ଅଛନ୍ତି। ଦୁହେଁ MBBS ପରୀକ୍ଷାରେ ସମାନ ନମ୍ବର ରଖି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଗୁଜରାଟର...

ପ୍ରତାପଙ୍କ ଘରେ ସିକ୍ରେଟ ମିଟିଂ, ବବି ସାମିଲ୍‌, ସଂଧ୍ୟାବେଳକୁ ବଡ଼ ଘୋଷଣା!

ଭୁବନେଶ୍ୱର,୯।୪: ବିଜେଡିରେ ବଡ଼ ହଲଚଲ। ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ...

କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ...

ନିଯୁକ୍ତି ସୁଯୋଗ: ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିଭାଗରେ ବାହାରିଲା ୫୦୦ରୁ ଅଧିକ ନୂଆ ପଦବୀ

ଭୁବନେଶ୍ୱର,୯।୪: ଓଡ଼ିଶା ସରକାରଙ୍କ ନ୍ୟାୟ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ (ଡିପିପି) ପାଇଁ ୨୬୭ଟି ନୂଆ ପଦବୀ ବାହାରିଛି। ଏନେଇ BNSS...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image