Categories: ଜାତୀୟ

ଉଭେଇ ଗଲା ଆମ୍‌ ଆଦମୀ ପାର୍ଟି

ନୂଆଦିଲ୍ଲୀ,୩।୧୨: ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାଜପା ଜଲୱା ଦେଖାଇଥିବା ବେଳେ ତେଲଙ୍ଗାନାକୁ କଂଗ୍ରେସ କବ୍ଜା କରିଛି। ଏସବୁ ଭିତରେ ଅରବିନ୍ଦ କେଜ୍‌ରିୱାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟି ଖାତା ଖୋଲିପାରି ନାହିଁ। ଏଏପି ନିଜ ସ୍ଥିତିକୁ ଦୃଢ କରିବା ପାଇଁ ୩ ରାଜ୍ୟରେ ୨୦୦ରୁ ବି ଅଧିକ ଆସନରେ ନିଜର ପ୍ରାର୍ଥୀ ଦେଇଥିଲା। କିନ୍ତୁ ଗୋଟିଏ ହେଲେ ଆସନ ଜିତିପାରି ନାହିଁ।
ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ଆମ ଆଦମୀ ପାର୍ଟିକୁ ଛତିଶଗଡରେ ୦.୯୭ ପ୍ରତିଶତ, ମଧ୍ୟପ୍ରଦେଶରେ ୦.୪୨ ପ୍ରତିଶତ ଏବଂ ରାଜସ୍ଥାନରେ ୦.୩୭ ପ୍ରତିଶତ ଭୋଟ ମିଳିଛି। ତେବେ ତେଲଙ୍ଗାନାରେ ଆମ ଆଦମୀର ପାର୍ଟି କୌଣସି ପ୍ରାର୍ଥୀ ନିର୍ବାଚନ ଲଢି ନ ଥିଲେ।
ମଧ୍ୟପ୍ରଦେଶରେ ଆପ ୭୦ରୁ ଅଧିକ ଆସନ,ରାଜସ୍ଥାନରେ ୮୮, ଛତିଶଗଡ଼ ୫୭ଟି ଆସନରେ ଏଏପି ତା’ର ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିଲା। କିନ୍ତୁ ଜଣେ ହେଲେ ଜିତିପାରି ନ ଥିଲେ।

Share