ନୂଆଦିଲ୍ଲୀ,୨୮ା୯: ଲୋକ ସଭାରେ ବିଏସ୍ପି ଏମ୍ପି ଡାନିସ୍ ଅଲିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ଏମ୍ପି ରମେଶ ବିଧୁରୀଙ୍କୁ ଭାଜପା ରାଜସ୍ଥାନର ଟୋଙ୍କ ଜିଲାରେ ନିର୍ବାଚନ ଦାୟିତ୍ୱ ଦେଇଛି। ଘୃଣାର ପ୍ରସାର କରୁଥିବା ନେତାଙ୍କୁ ସମ୍ମାନିତ କରାଯିବା ଶାସକ ଦଳର ପ୍ରକୃତ ଚରିତ୍ର ପଦାରେ ପଡ଼ିଛି ବୋଲି ଏମ୍ପି ଡାନିସ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଏମ୍ପି ବିଧୁରୀ ପାର୍ଲାମେଣ୍ଟରେ ବିଏସ୍ପି ଏମ୍ପି ଡାନିସଙ୍କୁ ଆତଙ୍କବାଦୀ କହିବା ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲା। ନୋଟିସ୍ର ସେ ଜବାବ ଦେଇ ନ ଥିବା ଜଣାପଡିଛି। ହେଲେ ତାଙ୍କୁ ନିର୍ବାଚନ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ବିରୋଧୀ ପକ୍ଷରୁ ସମାଲୋଚନା କରାଯାଇଛି।