ଭୋପାଳ,୧୦ ।୮: ଉତ୍ତର ପ୍ରଦେଶ ନୋଏଡାରେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରି ଚର୍ଚ୍ଚାକୁ ଆସିଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଭଳି ମାମଲା ଏବେ ମଧ୍ୟପ୍ରଦେଶର ରିୱାରେ ଦେଖିବାକୁ ମିଳିଛି । ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଯୁବନେତା ଅବସରପ୍ରାପ୍ତ ସେନା ଯବାନଙ୍କ ଦୋକାନରେ ପସି ମାରପିଟ କରିବା ସହ ଭଙ୍ଗାରୁଜା କରିଛନ୍ତି । ଏହି ଆକ୍ରମଣରେ ଅବସରପ୍ରାପ୍ତ ସେନା ଯବାନଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । କୁହାଯାଉଛି କି ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ରିୱାର ଭାଜପା ଯୁବମୋର୍ଚ୍ଚାର ନଗର ଅଧ୍ୟକ୍ଷ । ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଭାଜପା ନେତାଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଖୋଜୁଛି ।