Categories: ଜାତୀୟ

ସଞ୍ଜୟ ରାଉତଙ୍କୁ ହତ୍ୟାା ଧମକ

ମୁମ୍ବାଇ,୧।୪: ମହାରାଷ୍ଟ୍ରର ରାଜ୍ୟସଭା ଏମପି ଓ ଉଦ୍ଧବ ଗ୍ରୁପର ନେତା ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟା ଧମକ ଦେଇଥିବା ବ୍ୟକ୍ତି ମେସେଜ କରିଛନ୍ତି ଯେ, ତୁମକୁ ବି ମୁସଓ୍ବୋଲା କରିଦେବି। ଦାବି କରାଯାଉଛି କି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ଦିଆଯାଇଛି। ଦାବି କରାଯାଉଛି କି ସଞ୍ଜୟ ରାଉତଙ୍କୁ ଏକ ମେସେଜରେ କୁହାଯାଇଥିଲା , ତୁମେ ଯଦି ଦିଲ୍ଲୀରେ ମିଳିବ ତେବେ ତୁମକୁ ଏକେ ୪୭ରେ ଉଡାଇ ଦିଆଯିବ, ମୁସଓ୍ବୋଲା ହୋଇଯିବ, ସଲମାନ ଓ ତୁମେ ଫିକ୍ସ।

Share