Categories: ଜାତୀୟ

ଇଡିରେ ହାଜର ହେବେ ସଞ୍ଜୟ ରାଉତଙ୍କ ପତ୍ନୀ, ସାମ୍ନା ସାମ୍ନି ହୋଇପାରେ ଜେରା

ମୁମ୍ବାଇ,୬ ।୮: ପାତ୍ର ଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମପି ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇପାରନ୍ତି । ପୂର୍ବରୁ ସଞ୍ଜୟ ଇଡି ଜେରାର ସାମ୍ନା କରିଥିବା ବେଳେ ଶନିବାର ଉଭୟଙ୍କୁ ସାମ୍ନା ସାମ୍ନି ବସାଇ ଇଡି ପଚରା ଉଚରା କରିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ପାତ୍ର ଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ଏମପି ସଞ୍ଜୟ ରାଉତ ପୂର୍ବରୁ ଗିରଫ ହୋଇ ଇଡି ହେପାଜତରେ ରହିଛନ୍ତି । ତେବେ ଗୋଟିଏ ଦିନ ପୂର୍ବରୁ ସଞ୍ଜୟ ଅଭିଯୋଗ କରିଥିଲେ କି ତାଙ୍କୁ ରଖାଯାଇଥିବା ଘରେ ଝରକା ନ ଥିବାରୁ  ତାଙ୍କୁ ଅଣନିଶ୍ୱାସି ଲାଗୁଛି । କୋର୍ଟ ଏହାକୁ ନେଇ ଇଡିର ଓକିଲଙ୍କଠାରୁ  ସ୍ପଷ୍ଟିକରଣ ମାଗିଥିଲା । ଇଡିର ଓକିଲ କହିଥିଲେ ସଞ୍ଜୟଙ୍କୁ ଏସି କୋଠରି ଦିଆଯାଇଥିବାରୁ ସେଥିରେ ଝରକା ନାହିଁ । ହେଲେ ସଞ୍ଜୟ କହିଥିଲେ ସେ ଅସୁସ୍ଥ ଥିବାରୁ  ତାଙ୍କୁ ଏସିର କୌଣସି ଆବଶ୍ୟକତା ନାହିଁ । ତେଣୁ ସେ ଏହାର ବ୍ୟବହାର କରୁନାହାନ୍ତି ।

Share