ଆମିରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩ ।୭: ମଧ୍ୟପ୍ରଦେଶ ମନ୍ଦସୌରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ ପି ସୁଧୀର ଗୁପ୍ତା ଏକ ବିବାଦୀୟ ବୟାନ ଦେଇଛନ୍ତି । ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଓ ତାଙ୍କ ପତ୍ନୀ କିରଣ ରାଓଙ୍କୁ ନେଇ ଏହି ବୟାନ ଦେଇଛନ୍ତି । ଗୁପ୍ତା କହିଛନ୍ତି ଜେଜେବାପା ହେବା ବୟସରେ ଆମିର ନିଜ ପାଇଁ ତୃତୀୟ ପତ୍ନୀ ଖୋଜୁଛନ୍ତି । ଦେଶରେ ଜନସଂଖ୍ୟା ସନ୍ତୁଳନ ବିଗିଡିବା ପଛରେ ବି ଏମାନେ ଦାୟୀ ବୋଲି ଗୁପ୍ତା କିଛନ୍ତି । ଭାଜପା ନେତା କହିଛନ୍ତି ଖାଁ ଙ୍କ ଭଳି ଲୋକଙ୍କ ପାଖରେ ଅଣ୍ଡା ବିକ୍ରି କରିବା ବ୍ୟତୀତ ଚାକିରି କରିବାର ମୁଣ୍ଡ ନାହିଁ । ସୂଚନାଯୋଗ୍ୟ, ଗତ ସପ୍ତାହରେ ବଲିଉଡ୍‌ର ଏହି ଚର୍ଚ୍ଚତ ଯୋଡି ଆମିର ଖାଁ ଓ କିରଣ ରାଓ ପରସ୍ପରଠାରୁ ଅଲଗା ହୋଇଯିବା କଥା ପ୍ରକାଶ କରିଥିଲେ । ବିବାହର ଦୀର୍ଘ ୧୫ ବର୍ଷ ପରେ ଏକ ଜଏଣ୍ଟ ଷ୍ଟେଟମେଣ୍ଟ ମାଧ୍ୟମରେ ସେମାନେ ଅଲଗା ହେବା କଥା କହିଥିଲେ । ହେଲେ ସେମାନେ ତାଙ୍କ ପୁଅ ଆଜାଦକୁ ମିଳିମିଶି ପାଳନ କରିବେ । ଏହାପରେ ଆମିର ପୁଣି ଥରେ ବିବାହ କରିବେ କି ନା ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଏହାକୁ ନେଇ ଭାଜପା ଏମ୍‌ପି ଶ୍ରୀଯୁକ୍ତ ଗୁପ୍ତା କହିଛନ୍ତି ଆମିର ଜେଜେ ହେବା ବୟସରେ ନିଜ ପାଇଁ ତୃତୀୟ ପତ୍ନୀ ଖୋଜୁଛନ୍ତି । ଯାହା ଲଜ୍ୟାର ବିଷୟ ।

Share