ମୋଦିଙ୍କ ଉପରେ ବର୍ଷିଲେ ସୁଲତା: କହିଲେ ନବୀନଙ୍କୁ ନେଇ କାହିଁକି କରୁଥିଲେ ମିଛ ପ୍ରଚାର

ଭୁବନେଶ୍ୱର,୨।୭ ରାଜ୍ୟସଭାରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ଏମ୍‌ପି ସୁଲତା ଦେଓ । ସୁଲତା କହିଛନ୍ତି, ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରରେ ସ୍ଥିର ଓ ବହୁମତର ସରକାର ଚାଲିଛି । ମାତ୍ର ବାସ୍ତବରେ କେନ୍ଦ୍ରରେ ମେଣ୍ଟ ସରକାର ଚାଲିଛି । ରାଷ୍ଟ୍ରପତି ବୋଧେ ନିର୍ବାଚନ ଫଳାଫଳ ବାବଦରେ ସ୍ପଷ୍ଟ ସୂଚନା ପାଇନାହାନ୍ତି ।

ଏହାସହ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ନିର୍ବାଚନ ସମୟରେ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । ନବୀନଙ୍କୁ ବନ୍ଦୀ କରି ରଖାଯାଇଛି ଏବଂ ଭାଜପା ସରକାର ଆସିଲେ ନବୀନଙ୍କ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରିବାକୁ ଏକ କମିଟି ଗଠନ ପାଇଁ କହିଥିଲେ । ରାଜ୍ୟରେ ଭାଜପା ସରକାର ଶପଥ ନେବା ବେଳେ ମଞ୍ଚରେ ନବୀନ ଓ ମୋଦି ଉପସ୍ଥିତ ଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଜାଣିପାରିଥିବେ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା କେମିତି ଅଛି । ତାହେଲେ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମିତି ମିଛ ପ୍ରଚାର କାହିଁକି କରୁଥିଲେ ବୋଲି ସୁଲତା ପ୍ରଶ୍ନ କରିଛନ୍ତି ।

Share