ଏମପି କରିବେ ଅଭିନୟ: ରାମଲୀଳାରେ ମନୋଜ ତିଓ୍ବାରୀ ହେବେ ପର୍ଶୁରାମ-ଲକ୍ଷ୍ମଣଙ୍କ ଚରିତ୍ରରେ ରବି କିଶନ…

ଅଯୋଧ୍ୟା,୧୧।୧ : ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଯୁ ନଦି କୂଳରେ ଅବସ୍ଥିତ ରାମଘାଟରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିରେ ଦିଲ୍ଲୀର ଭାଜପା ଏମପି ମନୋଜ ତିୱାରୀଙ୍କୁ ପର୍ଶୁରାମ ଏବଂ ଗୋରଖପୁର ଏମପି ରବି କିଶନ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ। ଏଥି ସହିତ ଭାଗ୍ୟଶ୍ରୀ, ରାଜା ମୁରାଦ, ମମତା ଜେନା, ରୁବି ଚୌହ୍ବାନଙ୍କ ସମେତ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟ କଳାକାରମାନେ ବିଭିନ୍ନ ଭୂମିକାରେ ନଜର ଆସିବେ।

ପ୍ରଥମ ଦିନରେ ଦିଲ୍ଲୀର ସ୍କୁଲ ପିଲାମାନେ ଅଭିନୟ କରିବେ। ଛୋଟ ପିଲାମାନେ ଚାରି ଘଣ୍ଟା ମଧ୍ୟରେ ସମଗ୍ର ରାମଲୀଳା ମଞ୍ଚସ୍ଥ କରିବେ। ପରବର୍ତ୍ତୀ ଚାରି ଦିନ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ରାଜନେତାଙ୍କ ସହ ଅଭିନୟ କରିବେ।

ରାମଲୀଳାରେ ପ୍ରସିଦ୍ଧ ଅଭିନେତ୍ରୀ ଭାଗ୍ୟଶ୍ରୀ (ବେଦମତି), ରାହୁଲ ଭୁଚର (ରାମ), ଅନିମେଶ (ହନୁମାନ), ବେଦ ସାଗର (ଭରତ), ରାଜ ମୁରାଦ (ଅହିରାବନ), ମମତା ଜୈନ (ସୀତା), ରୁବି ଚୌହ୍ବାନ (ମେଘନାଥ), ବିନୟ (କୁମ୍ବକର୍ଣ୍ଣ), ଅମିତା ନାଙ୍ଗିଆ (ମାନ୍ଦୋଦରୀ) ଚରିତ୍ରରେ ଅଭିନୟ କରିବେ ।

ଜଣାଶୁଣା ଅଭିନେତା ମନୀଷ ଶର୍ମା ରାବଣ ଭୂମିକାରେ ଅଭିନୟ କରିବେ। ରାମଲୀଳା କମିଟିର ଅଧ୍ୟକ୍ଷ ସୁଭାଷ ମଲିକ ଏବଂ ସୁଚିବ ଶୁଭମ ମଲିକ କହିଛନ୍ତି ରାମଲୀଳା ଷ୍ଟେଜ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରାମ ଲଲାଙ୍କପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସେମାନଙ୍କ କମିଟି ରାମଲୀଳାର ଏକ ସ୍ବତନ୍ତ୍ର ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

Share