Categories: ଜାତୀୟ

୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ଗଳିପଡିଲେ ୩୦ ଲୋକ: ଆଉ ତା’ପରେ

ଭୋପାଳ, ୧୬।୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ୩୦ ଲୋକ ଗଳିପଡିଛନ୍ତି। ମାଟି ଧସି ହେବା ଯୋଗୁ ଏଭଳି ଘଟଣା ଘଟିଛି। ଏପର୍ଯ୍ୟନ୍ତ ୧୯ ଲୋକଙ୍କୁ କୂଅରୁ ଉଦ୍ଧାର କରାଯାଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ବିଦିଶାର ଲାଲ ପଠାର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ସନ୍ଧ୍ୟା ୬ଟା ସମୟରେ ୧୪ ବର୍ଷୀୟ ଜଣେ ବାଳକ କୂଅରେ ଗଳି ପଡିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ସେଠାରେ ପ୍ରବଳ ଭିଡ ଜମିଥିଲା। ଫଳରେ ମାଟି ଧସି ହୋଇଯାଇଥିଲା। ଫଳରେ କୂଅକୁ ୩୦ରୁ ଅଧିକ ଲୋକ କୂଅକୁ ଭିତରକୁ ଗଳିପଡିଥିଲେ। ଏନଡିଆର୍‌ଏଫ୍‌, ଏସଡିଆର୍‌ଏଫ୍‌ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ୧୯ ଲୋକଙ୍କୁ କୂଅରୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଅନେକ ଲୋକ କୂଅ ଭିତରେ ଫଶି ରହିଛନ୍ତି।

Share