ନୂଆଦିଲ୍ଲୀ,୨୩।୧୧: ଏମ୍ପିଙ୍କ ରହିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂରେ ବହୁ ମହଲା ବିଶିଷ୍ଟ ବିଲ୍ଡିଂର ଲୋକାର୍ପଣ କରିଛନ୍ତି। ଏଠାରେ ଗଙ୍ଗା,ଯମୁନା ଏବଂ ସରସ୍ବତୀ ଆଦି ୩ଟି ଟାଓ୍ବାର ରହିଛି। ସ୍ଥାନୀୟ ଡ. ବି.ଡ଼ି ମାର୍ଗଠାରେ ଏହି ଫ୍ଲାଟ୍ଗୁଡ଼ିକ ରହିଛି। ୮୦ ବର୍ଷ ପୁରାତନ ୮ଟି ପୁରଣା ବଙ୍ଗଳାକୁ ଭାଙ୍ଗି ଏଠାରେ ୭୬ଟି ଫ୍ଲାଟ୍ ନିର୍ମାଣ କରାଯାଇଛି। ଏହାର ନିର୍ମାଣ ପାଇଁ ୧୭ ମାସ ସମୟ ଲାଗିଥିବାବେଳେ ଏଥିରେ ୧୮୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଫ୍ଲାଟ୍ ଗୁଡ଼ିକୁ ଫ୍ଲାଏ ଆସ୍ରୁ ପ୍ରସ୍ତୁତ ଇଟାରେ ନିର୍ମିତ ହୋଇଛି। ଫ୍ଲାଟ୍ଗୁଡ଼ିକରେ ଏଲ୍ଇଡି ଲାଇଟ୍ ବ୍ୟବସ୍ଥା ସହିତ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି।