ଏମ୍‌ପିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍‌ପିମାନେ ନିଜର କୋଭିଡ୍‌ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିପାରେ। କେବଳ ଏମ୍‌ପିମାନେ ନୁହନ୍ତି, ଅଧିବେଶନ ସମୟରେ ପାର୍ଲାମେଣ୍ଟ ପରିସରକୁ ଯିବାକୁ ଥିବା ବିଭିନ୍ନ ମନ୍ତ୍ରଣାଳୟର ଅଫିସର, ଲୋକ ସଭା ଓ ରାଜ୍ୟ ସଭା ସଚିବାଳୟର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କୋଭିଡ୍‌ ପରୀକ୍ଷା କରାଇନେବାକୁ କୁହାଯିବ। ମହାମାରୀକୁ ଦୃଷ୍ଟିରେ ରଖି ଅଧିବେଶନର ବ୍ୟବସ୍ଥା ଚୂଡ଼ାନ୍ତ କରିବା ଲାଗି ବାଚସ୍ପତି ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମ୍‌ଆର୍‌, ଏମ୍ସ, ଡିଆର୍‌ଡିଓ ଏବଂ ଦିଲ୍ଲୀ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Share