Categories: ବାଣିଜ୍ୟ

ଏମ୍‌ପିଏଲ୍‌ର ୧୨୯୭.୯୦ କୋଟି ହାସଲ

ନୂଆଦିଲ୍ଲୀ,୨୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମ୍ୟାନ୍‌କାଇଣ୍ଡ ଫାର୍ମା ଲିମିଟେଡ୍‌ (ଏମ୍‌ପିଏଲ୍‌) ପକ୍ଷରୁ ୪୦,୦୫୮, ୮୪୪ ଇକ୍ୱିଟି ବିଶିଷ୍ଟ ଶେୟାରର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଉକ୍ତ ଅଫରର ଗୋଟିଏ ଦିନ ପୂର୍ବରୁ ଏହାର ଆଙ୍କର ନିବେଶକମାନଙ୍କ ଲାଗି ବିଡିଂ ଖୋଲିବା ନେଇ ମଧ୍ୟ ତାରିଖ ଧାର୍ଯ୍ୟ ହୋଇଛି। ସେହିଭଳି ଏମ୍‌ପିଏଲ୍‌ ମୋଟ ୭୭ ଆଙ୍କର ନିବେଶକଙ୍କୁ ୧,୨୦,୧୭,୬୫୨ ଇକ୍ୱିଟି ଶେୟାର ଆବଣ୍ଟନକରି ପ୍ରାୟ ୧୨୯୮(୧୨୯୭.୯୦) କୋଟି ଟଙ୍କା ହାସଲ କରିଛି। ଏହି ଆଙ୍କର ନିବେଶକମାନଙ୍କ ମଧ୍ୟରେ ୧୬ଟି ସ୍ଥାନୀୟ ମ୍ୟୁଚୁଆଲ୍‌ ଫଣ୍ଡ୍‌(ଏମ୍‌ଏଫ୍‌) ସଂସ୍ଥା ସାମିଲ ରହିଛନ୍ତି। ସେହିଭଳି ମୋଟ ୪୧ଟି ସ୍କିମ୍‌ ଜରିଆରେ ଯେଉଁମାନେ ଏଥିରେ ସାମିଲ ହୋଇଛନ୍ତି। ଏପରିକି ଶେୟାର ପିଛା ୧୦୮୦ ଟଙ୍କା ମୂଲ୍ୟରେ ଇକ୍ୱିଟି ଶେୟାର ଜାରି କରାଯାଇଛି।

Share