୨୫ରେ ଖୋଲିବ ଏମ୍‌ପିଏଲ୍‌ ଆଇପିଓ

ନୂଆଦିଲ୍ଲୀ,୨୨।୪: ମ୍ୟାନ୍‌କାଇଣ୍ଡ ଫାର୍ମା ଲିମିଟେଡ୍‌ (ଏମ୍‌ପିଏଲ୍‌)ର ୪୦,୦୫୮, ୮୪୪ ଇକ୍ୱିଟି ଶେୟାରର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ୨୦୨୩ ଏପ୍ରିଲ ୨୫ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଏହି ଅଫରର ଶେଷ ତାରିଖ ୨୦୨୩ ଏପ୍ରିଲ ୨୭ ରହିଛି। ହେଲେ ଏହାର ଆଙ୍କର ନିବେଶକମାନଙ୍କ ଲାଗି ବିଡିଂ ତାରିଖ ଅଫରର ଗୋଟିଏ ଦିନ ପୂର୍ବରୁ (ଏପ୍ରିଲ ୨୪) ଖୋଲିବ ବୋଲି ସମୟ ଧାର୍ଯ୍ୟ ରହିଛି। ବିଶେଷକରି ଏହି ଅଫର ଇକ୍ୱିଟି ଶେୟାରର ମୂଲ୍ୟ ୧୦୨୬ ଟଙ୍କାରୁ ୧୦୮୦ ଟଙ୍କା ମଧ୍ୟରେ ରହିବ। ଏପରିକି ସର୍ବନିମ୍ନ ୧୩ ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରିହେବ ଏବଂ ଏହା ପରେ ୧୩ ଇକ୍ୱିଟି ଶେୟାର ଲେଖାଏଁ ଗୁଣିତକ ହିସାବରେ ଯୋଡ଼ିହେବ। ଉଲ୍ଲେଖଯୋଗ୍ୟ, ଏହି ଅଫରରେ ରମେଶ ଜୁନେଜାଙ୍କ ୩,୭୦୫,୪୪୩ ଇକ୍ୱିଟି ଶେୟାର, ରାଜୀବ ଜୁନେଜା ୩,୫୦୫,୧୪୯ ଇକ୍ୱିଟି ଶେୟାର, ଶୀତଲ ଅରୋରାଙ୍କ ୨,୮୦୪,୧୧୯ ଇକ୍ୱିଟି ଶେୟାର, କେର୍ନହିଲ୍‌ ସିଆଇପିଇଏଫ୍‌ ଲିମିଟେଡ୍‌ର ୧୭,୪୦୫,୫୫୯ ଇକ୍ୱିଟି ଶେୟାର, କେର୍ନହିଲ୍‌ ସିଜିପିଇ ଲିମିଟେଡ୍‌ ୨,୬୨୩,୮୬୩ ଇକ୍ୱିଟି ଶେୟାର, ବିଜ୍‌ ଲିମିଟେଡ୍‌ ୯,୯୬୪,୭୧୧ ଇକ୍ୱିଟି ଶେୟାର, ଲିଙ୍କ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ ଟ୍ରଷ୍ଟ୍‌ର ୫୦,୦୦୦ ଇକ୍ୱିଟି ଶେୟାର ଅଫର ଫର୍‌ ସେଲ୍‌ ପାଇଁ ଉପଲବ୍ଧ କରାଯିବ। ସେହିଭଳି ରେଡ୍‌ ହେରିଂ ପ୍ରୋସ୍‌ପେକ୍ଟସ୍‌ ଜରିଆରେ ପ୍ରଦାନ କରାଯାଉଥିବା ଇକ୍ୱିଟି ଶେୟାରକୁ ବିଏସ୍‌ଇ ଲିମିଟେଡ୍‌ ଓ ନ୍ୟାଶନାଲ୍‌ ଷ୍ଟକ ଏକ୍ସଚେଞ୍ଚ୍‌ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ। ଏହି ଅଫରର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ଭାବେ କୋଟାକ୍‌ ମହିନ୍ଦ୍ରା କ୍ୟାପିଟାଲ କମ୍ପାନୀ ଲିମିଟେଡ୍‌, ଆକ୍ସିସ୍‌ କ୍ୟାପିଟାଲ୍‌ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ ଲିମିଟେଡ୍‌, ଜେଫେରିଜ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆଦି ରହିଛନ୍ତି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦%ରୁ ଅଧିକ ଯୋଗ୍ୟ ସଂସ୍ଥାଗତ ବିଡର (କ୍ୟୁଆଇବି)ଙ୍କୁ ଆବଣ୍ଟନ କରାଯାଇପାରିବ ନାହିଁ।

Share