ଓଡ଼ିଆ ଅସ୍ମିତାକୁ ଦିଆଯିବ ଗୁରୁତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ମ୍ୟୁଜିୟମ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି. ଆର୍‌. ଆମ୍ବେଦକର ଏବଂ ୧୨୦ ବାଟାଲିୟନ ଛକରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବରପୁତ୍ରମାନଙ୍କ ଆଶୀର୍ବାଦ କାମନା କରିଥିଲେ।

ସେ କହିଛନ୍ତି ଯେ, ଦେଶର ସ୍ବାଧୀନତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓ ଓଡ଼ିଆ ଅସ୍ମିତାର
ସୁରକ୍ଷାରେ ଆମର ଏହି ବରପୁତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।ରାଜ୍ୟର ନୂଆ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଓ କରି ଚାଲିବେ ବୋଲି ସେ କହିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ବିଧାୟକବିଧାୟିକାମାନେ ଉପସ୍ଥିତ ଥିଲେ।

Share