Categories: ଜାତୀୟ

ରାହୁଲଙ୍କୁ ସମ୍ପତ୍ତି ଦାନ କଲେ ବୃଦ୍ଧା

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡ ଡେରାଡୁନ୍‌ର ଜଣେ ବୃଦ୍ଧା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କରିଛନ୍ତି। ପୂର୍ବରୁ ସରକାରୀ ସ୍କୁଲ୍‌ରେ ଶିକ୍ଷକତା କରୁଥିବା ପୁଷ୍ପା ମୁଞ୍ଜିଆଲ(୭୮) ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି। ସୋମବାର ସେ ଜିଲା ଅଦାଲତରେ ଇଚ୍ଛାପତ୍ର (ଓ୍ବିଲ୍‌) ଦାଖଲ କରିଛନ୍ତି, ଯେଉଁଥିରେ ସେ ତାଙ୍କର ସମସ୍ତ ସମ୍ପତ୍ତି ରାହୁଲଙ୍କୁ ଦାନ କଲେ ବୋଲି ଉଲ୍ଲେଖ ରହିଛି। ସମ୍ପତ୍ତି ମଧ୍ୟରେ ରହିଛି ରାଜଧାନୀର ମୁଖ୍ୟସ୍ଥଳରେ ଏକ ଘର ଓ ୧୦୦ ଗ୍ରାମ ସୁନା, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ପୁଷ୍ପା କହିଛନ୍ତି, ଦେଶର ସଂହତି ଓ ଅଖଣ୍ଡତା ଲାଗି ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରାଣବଳି ଦେଇଥିଲେ। ସୋନିଆ ଓ ରାହୁଲ ଦେଶସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ପୁଷ୍ପା ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ପ୍ରୀତମ ସିଂଙ୍କ ବାସଭବନରେ ଏହି ଓ୍ବିଲ୍‌ ପ୍ରସ୍ତୁତ କରିଥିଲେ।

Share