Categories: ଜାତୀୟ

ଏମ୍‌ପିଙ୍କ ପରାମର୍ଶ: ଅମ୍ରିତପାଲ ପାକିସ୍ତାନ ପଳାଇବା ଉଚିତ୍‌

ଚଣ୍ଡିଗଡ,୩୧।୩: ଶିରୋମଣି ଅକାଳି ଦଳର ଲୋକ ସଭା ଏମ୍‌ପି ସିମରଞ୍ଜିତ ସିଂ ମାନ ପଳାତକ ଅମ୍ରିତପାଲ ସିଂଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଅମ୍ରିତପାଲ ଆତ୍ମସମର୍ପଣ କରିବା ଉଚିତ୍‌ ନୁହେଁ। ସେ ରବି ନଦୀ ପାର ହୋଇ ପାକିସ୍ତାନ ପଳାଇଯିବା ଉଚିତ୍‌। ନେପାଳ ଯିବା ପାଇଁ ଅମ୍ରିତପାଲଙ୍କ ଆବଶ୍ୟକତା କ’ଣ ବୋଲି କହିଥିଲେ। ସେ ପଡୋଶୀ ଦେଶକୁ ପଳାନ୍ତୁ। ତାଙ୍କ ଜୀବନ ବିପଦରେ। ଯଦି ସରକାର ଅତ୍ୟାଚାର କରୁଛନ୍ତି ତେବେ ଶିଖ ଇତିହାସ ଅନୁଯାୟୀ ଏହା ଯଥାର୍ଥ ଅଟେ।
ମାର୍ଚ୍ଚ ୧୮ରେ ଅମ୍ରିତପାଲ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ ଏକ ବଡ ଅପରେଶନ ଆରମ୍ଭ କରିଥିଲା। ସେବେଠାରୁ ଅମ୍ରିତପାଲ ସ୍ଥାନ ପରିବର୍ତ୍ତନ କରୁଛନ୍ତି।

Share