Categories: ଜାତୀୟ

ଶାହଙ୍କ ପାଇଁ ନୂଆ ଯୁଗ ଦେଖୁଛି ଜମ୍ମୁ-କଶ୍ମୀର

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି। ମଙ୍ଗଳବାର ଏଭଳି ଟିପ୍ପଣି ଦେଇଛନ୍ତି ମାନବାଧିକାର ମୁଖ୍ୟ ଅରୁଣ ମିଶ୍ର।

ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ପ୍ରତିଷ୍ଠାକୁ ୨୮ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଇଭେଣ୍ଟରେ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି, ଶାହଙ୍କ ପାଇଁ ଜମ୍ମୁ-କଶ୍ମୀରରେ ନୂଆ ଯୁଗ ଆରମ୍ଭ ହୋଇଛି। ଏବେ ଜମ୍ମୁ-କଶ୍ମୀରରେ ଭାରତ ମାନବାଧିକାର ଉଲ୍ଲଂଘନ କରୁଥିବା ବିଦେଶୀ ଶକ୍ତିମାନେ ଅଭିଯୋଗ କରି ପାରୁ ନାହାନ୍ତି।

ଜମ୍ମୁ-କଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଛଡ଼ାଇ ନେବା ପାଇଁ ୩୭୦ ଧାରା ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରି ଦେଇଥିଲେ କେନ୍ଦ୍ର ସରକାର। ଏହି ବଡ଼ ନିଷ୍ପତ୍ତି ପାଇଁ ଶାହଙ୍କୁ ଶ୍ରେୟ ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ଜଜ୍‌। ଏନ୍‌ଏଚ୍‌ଆର୍‌ସିର ମୁଖ୍ୟ ଭାବେ ଅରୁଣ ମିଶ୍ରଙ୍କୁ ଚଳିତ ବର୍ଷ ଜୁନରେ ନିଯୁକ୍ତ କରାଯାଇଥିଲା। ତାଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ କଂଗ୍ରେସ।

Share