ଏହି ୟୁଟ୍ୟୁବର୍‌ ମାନିଲେ ଏଲନ ମସ୍କଙ୍କ କଥା, ଗୋଟିଏ ଭିଡିଓରୁ ରୋଜଗାର କଲେ ୨ କୋଟିରୁ ଅଧିକ

ଓ୍ବାଶିଂଟନ,୨୪।୧: ଆଜିକାଲି ଅନେକ ଲୋକ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ବହୁତ ରୋଜଗାର କରୁଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତି ଏକ୍ସରୁ ରୋଜଗାରର ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ କେହି ଭାଙ୍ଗି ପାରିବେ ନାହିଁ । କେବଳ ଗୋଟିଏ ଭିଡିଓରୁ କୋଟି କୋଟି ଟଙ୍କା ରୋଜଗାର କରିବା ଏକ ଛୋଟ କଥା ନୁହେଁ । ଏହା ହେଉଛି ପ୍ରସିଦ୍ଧ ଆମେରିକୀୟ ୟୁଟ୍ୟୁବର୍‌ ଜିମି ଡୋନାଲ୍ଡସନଙ୍କ କାହାଣୀ। ଡୋନାଲ୍ଡସନ ନିଜେ ଏକ୍ସରେ ଭିଡିଓ ଅପଲୋଡ କରିବା ପରେ ଅର୍ଜନ କରିଥିବା ଆୟ ବିଷୟରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି , ଏକ୍ସରେ କେବଳ ଗୋଟିଏ ଭିଡିଓ ପୋଷ୍ଟ କରି ସେ ୨,୬୩,୦୦୦ ଡଲାର ଅର୍ଥାତ୍‌ ପ୍ରାୟ ୨.୨୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଡୋନାଲ୍ଡସନଙ୍କ ଏହି ଭିଡିଓଟି କେବଳ ଗୋଟିଏ ସପ୍ତାହରେ ଏକ୍ସରେ ୧୫ କୋଟିରୁ ଅଧିକ ଭ୍ୟୁ ପାଇଛି। ଏହି ଉପାୟରେ ସେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଡୋନାଲ୍ଡସନଙ୍କ ଏହା ପ୍ରଥମ ଭିଡିଓ ଥିଲା। ଡୋନାଲ୍ଡସନ $୧ ବନାମ $ ୧୦୦,୦୦୦,୦୦୦ କାର ନାମରେ ଭିଡିଓକୁ ଏକ୍ସରେ କେବଳ ପରୀକ୍ଷା କରିବା ପାଇଁ ଅପଲୋଡ କରିଥିଲେ କି ଏହା
କେଉଁ ପ୍ରକାରର ପ୍ରତିକ୍ରିୟା ପାଇବ। ଏହା କେଉଁ ଏକ ନୂଆ ଭିଡିଓ ନଥିଲା। ଗତ ବର୍ଷ ସେପ୍ଟେମ୍ବରରେ ଡୋନାଲ୍ଡସନଏହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଥିଲେ। ହେଲେ ଏହାକୁ ପ୍ରଥମ ଥର ପାଇଁ ଏକ୍ସରେ ଅପଲୋଡ କରିଥିଲେ।

Share