ମାଇଲଷ୍ଟୋନ ଠାରୁ ୧୫ ରନ୍‌ ଦୂରରେ ଧୋନୀ

ମୁମ୍ବାଇ,୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ବିସ୍ଫୋରକ ଅର୍ଦ୍ଧଶତକ ସହ ଚଳିତ ବର୍ଷ ଆଇପିଏଲ୍‌ରେ ଅଭିଯାନ ଆରମ୍ଭ କରିଛନ୍ତି। ୩୮ ବଲରେ ୫୦ ରନ୍‌ର ଅପରାଜିତ ପାଳି ଖେଳିଥିବା ଧୋନୀଙ୍କୁ ଟି୨୦ କ୍ରିକେଟରେ ୭ ହଜାର ରନ୍‌ ପୂରଣ କରିବା ପାଇଁ ୧୫ ରନ୍‌ ଦରକାର।

ଯଦି ଗୁରୁବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷ ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ଆବଶ୍ୟକୀୟ ରନ୍‌ ସଂଗ୍ରହ କରନ୍ତି, ତେବେ ସେ ୬ଷ୍ଠ ଭାରତୀୟ ଭାବେ ଏହି ମାଇଲଷ୍ଟୋନ ସ୍ପର୍ଶ କରିବେ। ଏହି ତାଲିକାରେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ବନ, ସୁରେଶ ରାଇନାଙ୍କ ଭଳି ତାରକା ବ୍ୟାଟର ରହିଛନ୍ତି। ତାଲିକାରେ ସ୍ଥାନ ପାଇଥିବା ପ୍ରତ୍ୟେକ ବ୍ୟାଟର ଟପ୍‌ ଅର୍ଡରରେ ଖେଳନ୍ତି। କିନ୍ତୁ ପୂରା କ୍ୟାରିୟରରେ ଧୋନୀ ଲୋୟର ଅର୍ଡରରେ ବ୍ୟାଟିଂ କରିଥିଲେ। ଏହା ତାଙ୍କର କ୍ରମାଗତ ପ୍ରଦର୍ଶନକୁ ଦର୍ଶାଉଛି।

Share