Categories: ଖେଳ

ଟୁର୍ନାମେଣ୍ଟ ଅଧାରୁ ପଦ ଛାଡ଼ିଲେ ଜାଡେଜା, ପୁଣି ଚେନ୍ନାଇ ମଙ୍ଗ ସମ୍ଭାଳିବେ…

ମୁମ୍ବାଇ,୩୦।୪: ଟୁର୍ନାମେଣ୍ଟ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ରବିନ୍ଦ୍ର ଜାଡେଜା। ଫଳରେ ପୁଣି ଥରେ ଚେନ୍ନାଇର ଦାୟିତ୍ୱ ମହେନ୍ଦ୍ର ସିଂହ ଧୋନୀ ନେବେ। ଶନିବାର ଏନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି।

ସିଏସ୍‌କେ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଜାଡେଜା ନିଜର ଖେଳ ଉପରେ ଧ୍ୟାନ ଦେବା ଲାଗି ଧୋନୀଙ୍କୁ ଚେନ୍ନାଇର ମଙ୍ଗ ଧରିବା ଲାଗି ଅପିଲ କରିଛନ୍ତି। ଦଳର ହିତ ଲାଗି ଧୋନୀ ଏହାକୁ ସ୍ବୀକାର କରିଛନ୍ତି।

ତେବେ ଚଳିତ ସିଜନ ଆରମ୍ଭରୁ ଜାଡେଜାଙ୍କୁ ନୂଆ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା। ହେଲେ ତାଙ୍କ ନେତୃତ୍ୱରେ ଦଳ ଲଗାତାର ଭାବେ ଖରାପ ପ୍ରଦର୍ଶନ କରିଆସୁଥିଲା। ଏଯାବତ ଖେଳାଯାଇଥିବା ୮ ମ୍ୟାଚ୍‌ରୁ କେବଳ ୨ଟିରେ ଦଳ ବିଜେତା ହୋଇଥିଲା। ଏବେ ଦଳ ଟୁର୍ନାମେଣ୍ଟରୁ ବାହାର ହେବା ସ୍ଥିତିରେ ପହଞ୍ଚିଥିବା ବେଳେ ପୁଣି ଧୋନୀଙ୍କୁ ନେତୃତ୍ୱ ଦେବା କି ପରିବର୍ତ୍ତନ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ପ୍ରଶଂସକ କହୁଛନ୍ତି।

Share