Categories: ଖେଳ

ଏହି କ୍ରିକେଟର୍‌ ଥିଲେ ଧୋନୀଙ୍କ ଗୁରୁ

ଚେନ୍ନାଇ,୧୪।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ମନର କଥା ପ୍ରକାଶ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଗୁରୁବାର ଟୁଇଟର୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଧୋନୀ ସ୍ବୀକାର କରିଛନ୍ତି ଯେ, ସଚିନ ତେନ୍ଦୁଲକର କ୍ରିକେଟରେ ତାଙ୍କର ଗୁରୁ ଥିଲେ ଏବଂ ସେ ବଡ ହେବାପରେ ମାଷ୍ଟର ବ୍ଲାଷ୍ଟର ଭଳି ଖେଳିବାକୁ ଚାହୁଁଥିଲେ। ସେ ସଚିନଙ୍କ ଭଳି ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ଅନୁଭବ କଲେ ଯେ ତାଙ୍କର ଖେଳ ଶେଳୀ ଅଲଗା ଏବଂ ସେ ତାଙ୍କ ଭଳି ଖେଳିପାରିବେ ନାହିଁ। ଧୋନୀ ଏକ ଇଭେଣ୍ଟରେ ପିଲାମାନଙ୍କ ପ୍ରଶ୍ନ ଉପରେ ଏହା କହିଥିଲେ।
୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି। ଆସନ୍ତା ସିଜନରେ ତାଙ୍କୁ ବୋଧହୁଏ ଶେଷ ଥର ପାଇଁ ପଡ଼ିଆରେ ପେସାଦାର କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ।

Share