Categories: ଖେଳ

ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଥର ଘଟିଲା ଏମିତି

ଦୁବାଇ,୫।୧୦: ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିଥିଲେ ୧୮ ରନ୍‌ର ପାଳି। ତାହା ପୁଣି ୨୭ ବଲରେ। ତାଙ୍କର ଏହି ଇନିଂସରେ ଗୋଟିଏ ହେଲେ ଚୌକା କିମ୍ବା ଛକା ନ ଥିଲା। ତେବେ ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟିଛି। ଧୋନୀ ଦ୍ୱିତୀୟ ଥର ପାଇଁ ୨୫ରୁ ଊର୍ଦ୍ଧ୍ୱ ବଲ ଖେଳିବା ପରେ ମଧ୍ୟ କୌଣସି ଛକା କିମ୍ବା ଚୌକା ମାରିବାରେ ବିଫଳ ହୋଇଛନ୍ତି।

ଏଥି ପୂର୍ବରୁ ୨୦୦୯ରେ ଜୋହାନ୍ସବର୍ଗଠାରେ ଖେଳାଯାଇଥିବା ଆରସିବି ବିପକ୍ଷ ମ୍ୟାଚ୍‌ରେ ସିଏସ୍‌କେ ଅଧିନାୟକ ୩୦ ବଲର ସମ୍ମୁଖୀନ ହୋଇ ବିନା କୌଣସି ଚୌକା କିମ୍ବା ଛକାରେ ୨୮ ରନ୍‌ କରିଥିଲେ।

Share