ଆବୁଧାବି, ୨୦।୯: ଆଇପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୫ ଉଇକେଟ୍ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ ଅବସରରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ ଉଇକେଟ୍କିପର ଭାବେ ୩୯ ବର୍ଷୀୟ ଧୋନୀ ୨୫୦ ଡିସ୍ମିସ୍ (ଶିକାର) କରିବାର ସଫଳତା ପାଇଛନ୍ତି।
୪୩୭ ଦିନ ପରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍କୁ ଫେରିଥିବା ଧୋନୀ ଷ୍ଟମ୍ପ୍ସ ପଛରେ ଚମତ୍କାର ପ୍ରଦର୍ଶନ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର କିରନ ପୋଲାର୍ଡ ଓ କ୍ରୁନାଲ ପାଣ୍ଡ୍ୟାଙ୍କ କ୍ୟାଚ୍ ଧରି ଧୋନୀ ଟି୨୦ କ୍ରିକେଟ୍ରେ ୨୫୦ ଡିସ୍ମିସ୍ କରିବାରେ ବିଶ୍ୱର ପ୍ରଥମ ଉଇକେଟ୍କିପର ହୋଇଛନ୍ତି। ଧୋନୀଙ୍କ ପଛକୁ ଏହି ତାଲିକାରେ ପାକିସ୍ତାନର କମରନ୍ ଆକମଲ୍ ରହିଛନ୍ତି।