ନୂଆଦିଲ୍ଲୀ,୯।୧: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କେବଳ ଆଇପିଏଲ୍ରେ ନଜର ଆସିବେ ବୋଲି କହିଛନ୍ତି। ଏବେ ସେ ରାଞ୍ଚିରେ ପରିବାର ସହ ସମୟ ବିତାଉଛନ୍ତି। ପଡ଼ିଆରୁ ଦୂରରେ ଥିଲେ ହେଁ ଏକ ନୂଆ ରେକର୍ଡ କରିଛନ୍ତି। ଧୋନୀ ଇନ୍ଷ୍ଟାଗ୍ରାମରେ ୩୦ ମିଲିୟନ ଫଲୋଅର୍ସ ପାର କରିଥିବା ଦ୍ୱିତୀୟ କ୍ରିକେଟର ପାଲଟିଛନ୍ତି। ସୋସିଆଲ ମିଡିଆରେ କମ୍ ସକ୍ରିୟ ରହିଥାନ୍ତି ସେ। ଏହାସତ୍ତ୍ୱେ ତାଙ୍କର ପ୍ରଶଂସକ ବଢ଼ିବାରେ ଲାଗିଛନ୍ତି।
ତେବେ ଇନ୍ଷ୍ଟାରେ ସବୁଠାରୁ ଅଧିକ ଫଲୋଅର୍ସ ଥିବା କ୍ରିକେଟର ହେଉଛନ୍ତି ବର୍ତ୍ତମାନର ଅଧିନାୟକ ବିରାଟ କୋହଲି। ତାଙ୍କର ୮୮ ମିଲିୟନ ଫଲୋଅର୍ ରହିଥିବା ବେଳେ ସଂଖ୍ୟା ଲଗାତାର ବଢ଼ୁଛି। ଏଣୁ ଗୋଟିଏ ପୋଷ୍ଟ ପାଇଁ ସେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି।