Categories: ଖେଳ

ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ମିଳିଲା ବଡ଼ ଉପହାର, ଏ ପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ମିଳିନାହିଁ ଏଭଳି…

ନୂଆଦିଲ୍ଲୀ,୬।୭: ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶୁକ୍ରବାର ଅର୍ଥାତ୍‌ ୭ ଜୁଲାଇରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରିବେ। ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଧୋନିଙ୍କର ବହୁତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ଜନ୍ମଦିନକୁ ନେଇ ଅନେକ ପ୍ରଶଂସକ ଉତ୍ସାହିତ ଅଛନ୍ତି। ଏଥର ମଧ୍ୟ ପ୍ରଶଂସକମାନେ ଧୋନିଙ୍କ ଜନ୍ମଦିନରେ କୌଣସି କମି ରଖିବାକୁ ଚାହାଁନ୍ତିନାହିଁ। ତାଙ୍କର ୪୨ତମ ଜନ୍ମଦିନ ପୂର୍ବରୁ ଧୋନି ଆନ୍ଧ୍ରପ୍ରଦେଶର ପ୍ରଶଂସକଙ୍କଠାରୁ ଏକ ବିଶେଷ ଉପହାର ପାଇଛନ୍ତି।

ଆନ୍ଧ୍ରପ୍ରଦେଶରେ ପ୍ରଶଂସକମାନେ ଧୋନିଙ୍କ ସବୁଠୁ ବଡ କଟଆଉଟ ଲଗାଇଛନ୍ତି। ଏହି କଟଆଉଟର ଲମ୍ବ ୭୭ଫୁଟ ବୋଲି କୁହାଯାଉଛି। ଏଥି ସହିତ ସୋସିଆଲ ମିଡିଆରେ ଦାବି ହେଉଛି ଯେ ଏହା ସମଗ୍ର ବିଶ୍ୱର କୌଣସି କ୍ରିକେଟରଙ୍କ ସବୁଠାରୁ ବଡ କଟଆଉଟ। ସୋସିଆଲ ମିଡିଆରେ ଏହି କଟଆଉଟର ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ନିକଟରେ ଖେଳାଯାଇଥିବା ଆଇପିଏଲ ୨୦୨୩ରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର କମାଣ୍ଡ ନେଉଥିବାର ନଜର ଆସିଥିଲେ। ଧୋନି ତାଙ୍କ ଅଧିନାୟକ ଦଳକୁ ବିଜେତା କରିଥିଲେ। ଆଇପିଏଲର ୧୬ତମ ସିଜନରେ ଚେନ୍ନାଇ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି। ଧୋନି ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୫୦ଟି ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୨୧୮ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୩୮.୭୯ରେ ୫୦୮୨ରନ ଏବଂ ଷ୍ଟ୍ରାଇକ ରେଟ ୧୩୫.୯୨ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୨୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

 

Share