ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଜୀବନୀକୁ ନେଇ ଅନେକ ତଥ୍ୟ ପ୍ରକାଶ ପାଉଛି। ଅନେକ ସଂଘର୍ଷ ମଧ୍ୟରେ କ୍ରିକେଟର ହୋଇଥିବା ଧୋନୀଙ୍କ ସ୍ବତନ୍ତ୍ର ସଟ୍ ହେଉଛି ହେଲିକପ୍ଟର ସର୍ଟ। ଏହି ସର୍ଟକୁ ଅନ୍ୟ କୌଣସି ଖେଳାଳି ମାରି ପାରନ୍ତି ନାହିଁ। ଧୋନୀଙ୍କ ପିଲାଦିନର ସାଙ୍ଗ ସନ୍ତୋଷ ତାଙ୍କୁ ହେଲିକପ୍ଟର ସଟ୍ ଖେଳିବା ଶିଖାଇଥିଲେ। ଉଭୟ ପିଲାଦିନେ ଭଲ ସାଙ୍ଗ ଥିଲେ। ଦୁହେଁ ରେଳ ବିଭାଗରେ କାମ କରୁଥିଲେ। ପ୍ରଥମେ ସନ୍ତୋଷଙ୍କୁ ହେଲିକପ୍ଟର ସର୍ଟ ଖେଳିବା ଦେଖିଥିଲେ। ଏହାପରେ ସେ ତାଙ୍କୁ ଏହି ଶର୍ଟ ବାବଦରେ ପଚାରିଥିଲେ। ଜବାବରେ ସନ୍ତୋଷ କହିଥିଲେ ଏହା ଥପ୍ପଡ ସର୍ଟ। ଧୋନୀ ଏବଂ ସନ୍ତେଷ ଟେନିସ୍ ବଲରେ କ୍ରିକେଟ ଖେଳୁଥିଲେ। ଧୋନୀ ତାଙ୍କଠାରୁ ହେଲିକପ୍ଟର ଶର୍ଟ ଶିଖିଯିବା ପରେ ସାଙ୍ଗଙ୍କୁ ଗରମ ସମୋସା ଖାଇବାକୁ ଦେଇଥିଲେ। ସନ୍ତୋଷଙ୍କ ଅଗ୍ନାଶୟ ଫୁଲିଥିବା ଯୋଗୁ ଯନ୍ତ୍ରଣା ମଧ୍ୟ ହେଉଥିଲା। ଧୋନୀ ଏହା ଜାଣି ତାଙ୍କୁ ଚିକିତ୍ସା ରାଞ୍ଚିରୁ ଦିଲ୍ଲୀ ନେବା ପାଇଁ ବିମାନ ବନ୍ଦୋବସ୍ତ କରିଥିଲେ। ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ସନ୍ତୋଷ ମାତ୍ର ୩୨ ବର୍ଷରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।