Categories: ଖେଳ

କ୍ୟାପ୍‌ଟେନ୍‌ କୁଲଙ୍କ ସେଲିବ୍ରେଶନ୍‌, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୨୫।୮: ୨୩ ଅଗଷ୍ଟ ୨୦୨୩ ଭାରତ ଲାଗି ଐତିହାସିକ ଦିନ ଥିଲା। ପ୍ରତ୍ୟେକ ଦେଶବାସୀଙ୍କ ନଜର ‘ଚନ୍ଦ୍ରୟାନ-୩’ ମିଶନ ଉପରେ ଥିଲା। ଅପରାହ୍ନ ୬.୦୪ରେ ସଫଳତାର ସହ ଏହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ଖୁସିରେ ନାଚିଉଠିଥିଲେ। ଏହି କ୍ରମରେ ବା କିଭଳି ପଛରେ ରହିଥାନ୍ତେ ଭାରତୀୟ ଟିମ୍‌ର ‘କ୍ୟାପଟେନ୍‌ କୁଲ’ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନୀ। ସେ ସଫଳ ଲ୍ୟାଣ୍ଡିଂକୁ ନେଇ ଖୁସିରେ ବିଭୋର ହୋଇଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଧୋନୀ ‘ଚନ୍ଦ୍ରୟାନ-୩’ ଲ୍ୟାଣ୍ଡିଂ ସମୟରେ ଟେଲିଭିଜନ ସମ୍ମୁଖରେ ଛିଡ଼ା ହୋଇଥିବା ନଜର ଆସୁଛି। ସେହିଭଳି ଧୋନୀଙ୍କ ସହ ଅନ୍ୟ ଲୋକେ ମଧ୍ୟ ତାଳି ବଜାଇ ଖୁସିବ୍ୟକ୍ତ କରୁଛନ୍ତି।
ଦେଖନ୍ତୁ ଭିଡିଓ:

Share