Categories: ଖେଳ

ମୋର ଭାଗ୍ୟ ଯେ ମୁଁ ଜଣେ ଭାରତୀୟ: ଧୋନୀ

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଅପିଲ କ୍ରମେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନରେ ସମସ୍ତେ ସାମିଲ ହେଉଛନ୍ତି। ଦେଶବାସୀ ସୋସିଆଲ ମିଡିଆ ନିଜର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଫଟୋ ବି ଲଗାଉଛନ୍ତି। ଏହି କ୍ରମରେ ଏବେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଇନଷ୍ଟାଗ୍ରାମରେ ନିଜର ପ୍ରୋଫାଇଲ ଫଟୋ ବଦଳାଇ ତ୍ରିରଙ୍ଗା ଫଟୋ ଲଗାଇଛନ୍ତି। ଏହି ଫଟୋରେ ସ୍ବତନ୍ତ୍ର ବାର୍ତ୍ତା ‘ଭାଗ୍ୟ ମୋର ଯେ ମୁଁ ଜଣେ ଭାରତୀୟ’ ମଧ୍ୟ ରହିଛି।

କହିରଖୁଛୁ, ଧୋନୀ ସୋସିଆଲ ମିଡିଆରେ ଖୁବ୍‌ କମ୍‌ ଆକ୍ଟିଭ୍‌ ରୁହନ୍ତି। ଫେସ୍‌ବୁକ ହେଉ ଅବା ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଦୀର୍ଘଦିନ ଧରି ସେ ପୋଷ୍ଟ କରି ନ ଥିଲେ। ହେଲେ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନରେ ସେ ସାମିଲ ହୋଇ ସମସ୍ତଙ୍କ ହୃଦୟ ଜିଣୁଛନ୍ତି।

Share