Categories: ଖେଳ

ରୋହିତ ବାହିନୀଙ୍କୁ ଏଭଳି ମେସେଜ ଲେଖି ଶୁଭେଚ୍ଛା ଜଣାଇଲେ ଧୋନୀ

ନୂଆଦିଲ୍ଲୀ,୩୦।୬: ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ଏହା କେବଳ ଟିମ୍‌ ଇଣ୍ଡିଆ ନୁହେଁ, ଭାରତ ପାଇଁ ଖୁସି ଆଣି ଦେଇଛି । ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀ ରୋହିତ ବାହିନୀ ତଥା ମେନ୍‌ ଇନ୍‌ ବ୍ଲୁଙ୍କୁ ବିଜୟ ଶୁଭେଚ୍ଛା ଜଣାଇଛନ୍ତି। ଧୋନୀ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିବାରେ ପ୍ରଥମ ଭାରତୀୟ ଅଧିନାୟକ ଥିଲେ। ରୋହିତ ମଧ୍ୟ ସେହି ଭାରତୀୟ ଏକାଦଶରେ ଖେଳୁଥିଲେ।

ସୋସିଆଲ ମିଡିଆର ଜଣେ ପ୍ରଶଂସକ ଧୋନୀ ଇନଷ୍ଟାଗ୍ରାମକୁ ଯାଇ ଭାରତୀୟ ଦଳର ଟି -20 ବିଶ୍ୱକପ ଉଠାଇବାର ଚିତ୍ର ପୋଷ୍ଟ କରିଛନ୍ତି। ତାଙ୍କର ହୃଦସ୍ପନ୍ଦନ ବୃଦ୍ଧି ପାଇଥିବା ସେ ପ୍ରକାଶ କରିଛନ୍ତି ଏବଂ ଟ୍ରଫିକୁ ଘରକୁ ଆଣିବା ପାଇଁ ଆତ୍ମ ବିଶ୍ୱର ରଖିଥିବାରୁ ଖେଳାଲିଙ୍କୁ ପ୍ରଶଂସା କରିଛନ୍ତି।

Share