ଭାରତୀୟ କ୍ରିକେଟ ଦଳକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ଛାଡି ଚାଷ କରୁଛନ୍ତି। କ୍ରିକେଟ ପଡ଼ିଆରେ ଚୌକା ଓ ଛକା ମାରିଥିବା ଧୋନୀ ଆଜିକାଲି ନିଜ ଫାର୍ମରେ ଟମାଟୋ, କୋବି, ଅମୃତଭଣ୍ଡା, ତରଭୁଜ, ଗୁଆ, ଆମ୍ବ ଏବଂ ଧାନ ଚାଷ କରିଛନ୍ତି। ୪୩ ଏକର ଜମିରେ ଜୈବିକ କୃଷି ପଦ୍ଧତି ଆପଣାଇ ଚାଷ ଆରମ୍ଭ କରିଛନ୍ତି। ଏହାଛଡା ୭୦ଟି ଗାଈ ମଧ୍ୟ ରଖିଛନ୍ତି। ଖୁବ୍ଶୀଘ୍ର ଏହି ସଂଖ୍ୟା ୧୫୦ କରିବାର ଯୋଜନା ରଖିଛନ୍ତି ଧୋନୀ। ମାଛ ଚାଷ କରିବା ସହ କୁକୁଡା ଫାର୍ମ ଏବଂ ବତକ ମଧ୍ୟ ଫାର୍ମରେ ରଖାଯିବ।
ଧୋନୀ ଫାର୍ମରେ ଏହିସବୁ ଗଛ ଲଗାଇଛନ୍ତି
ଅମୃତଭଣ୍ଡା-୪ ଏକର
ଫୁଲକୋବି ଏବଂ ବନ୍ଧାକୋବି: ୧୦ ଏକର
କାକୁଡି: ୨ ଏକର
ମିଠା ମକା: ୧ ଏକର
ତରଭୁଜ: ୧୪ ଏକର
ଧାନ: ୬ ଏକର
ଆମ୍ବ ଏବଂ ପିଜୁଳି: ୨ ହଜାର ଗଛ