Categories: ଖେଳ

ଦଶମ-ଦ୍ୱାଦଶ ଶ୍ରେଣୀରେ ଏତିକି ନମ୍ବର ରଖିଥିଲେ ବିଶ୍ୱର ସବୁଠୁ ସଫଳ ଅଧିନାୟକ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ପରିବାର ସହ ଲଣ୍ଡନରେ ଜନ୍ମଦିନ ପାଳନ କରିଛନ୍ତି। ସେ ବିଶ୍ୱର ସବୁଠୁ ସଫଳ ଅଦତ୍ନାୟକ ହୋଇଥିଲେ ମଧ୍ୟ ପାଠପଢାରେ ସେତେଟା ଭଲ ନ ଥିଲେ। ଝାଡଖଣ୍ଡର ରାଞ୍ଚିରେ ଜନ୍ମଗ୍ରହଣ କରିଥିବା ମାହି ଡିଏଭି ସ୍କୁଲରୁ ତାଙ୍କର ପାଠପଢା ସମାପ୍ତ କରିଥିଲେ। ଧୋନୀଙ୍କ ପାଇଁ କ୍ରିକେଟ ଖେଳିବା ଏକ ପ୍ରାଥମିକତା ଥିଲା। ସେ ଅଧ୍ୟୟନରେ ବେଶୀ ଭଲ ନ ଥିଲେ ଏବଂ ଦଶମ ଶ୍ରେଣୀରେ ୬୬ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀରେ ୫୬ ପ୍ରତିଶତ ନମ୍ବର ରଖିଥିଲେ।
ବଡ କ୍ରିକେଟର ହେବା ତାଙ୍କ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବିଦ୍ୟାଳୟ ସ୍ତରରେ ଫୁଟବଲ ଦଳର ଗୋଲକିପର ଥିଲେ ଏବଂ ଏହି କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଥିଲେ। ଧୋନୀ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ସ୍କୁଲ କ୍ରିକେଟ ଦଳରେ ହଠାତ୍‌ ଜଣେ ଉଇକେଟ କିପର ଆବଶ୍ୟକ ପଡିଲା। ସେତେବେଳେ କ୍ରିକେଟ ପ୍ରଶିକ୍ଷକ ତାଙ୍କ ଗୋଲକିପିଂ ଦେଖିଲେ, ଧୋନୀଙ୍କ ଉପରେ ସେ ବହୁତ ପ୍ରଭାବିତ ହୋଇଥିଲେ। ସେ ହିଁ ଉଇକେଟ କିପିଂ ଦାୟିତ୍ୱ ତୁଲାଇ ପାରିବେ ଭାବି ତାଙ୍କୁ ସେହି ଦାୟିତ୍ୱ ଦେଇଥିଲେ। ଆଗ୍ରହ ନ ଥିଲେ ମଧ୍ୟ ଧୋନୀ କିପିଂ ଶିଖି ମ୍ୟାଚ୍‌ ଖେଲି ସଫଳ ମଧ୍ୟ ହୋଇଥିଲେ। ସେବେଠେୁ ଆରମ୍ଭ ହୋଇଥିଲା ଧୋନୀଙ୍କ କ୍ରିକେଟ ଜୀବନ। ପ୍ରଥମେ ଧୋନୀ ମେକନ କ୍ଲବ ଏବଂ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ସ୍ଥାନୀୟ ଦଳରେ ଯୋଗ ଦେଇଥିଲେ। ଏଠାରେ ସେ ବେତନ ଭାବରେ ୬୨୫ ଟଙ୍କା ପାଇଲେ। ଏହା ତାଙ୍କର ପ୍ରଥମ ରୋଜଗାର ଥିଲା। ଏହା ପରେ ଧୋନୀ ସେଣ୍ଟ୍ରାଲ କୋଲଫିଲ୍ଡସ ଲିମିଟେଡ କ୍ଲବରେ ଯୋଗ ଦେଇଥିଲେ। ଏଠାରେ ତାଙ୍କର ରୋଜଗାର ୨୦୦୦ ଟଙ୍କାକୁ ବୃଦ୍ଧି ପାଇଲା। କେବଳ ଏତିକି ନୁହେଁ, ଧୋନୀ ଏଠାରେ ୨୦୦ ଟଙ୍କାର ବୋନସ ମଧ୍ୟ ପାଉଥିଲେ। କାରଣ ସେ ଜଣେ ମ୍ୟାଚ ବିଜେତା ଖେଳାଳି ଥିଲେ।

Share