Categories: ଖେଳ

କୃଷକଙ୍କୁ ମାଗଣାରେ ଗାଈ ଦେବେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଜଣେ ସଫଳ ଚାଷୀ ହେବାକୁ ଯାଉଛନ୍ତି। ଧୋନୀ ରାଞ୍ଚିର ସେମ୍ବୋ ଗାଁରେ ୪୩ ଏକର ଜମିରେ ନିଜର ନୂତନ ଫାର୍ମ ହାଉସରେ ପରିବା ଓ ଦୁଗ୍ଧ ଚାଷ କରୁଛନ୍ତି। ଧୋନୀଙ୍କ ଏହି ଡ୍ରିମ୍‌ ଫାର୍ମ ହାଉସ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଧୋନୀଙ୍କ ଫାର୍ମହାଉସରେ ୭୨ଟି ଗାଈ ରହିଛି। ଏହି ଗାଈଗୁଡିକ ଫ୍ରାନ୍ସର ଫ୍ରିଜିଆନ, ସାହିଓ୍ବାଲ ପ୍ରଜାତିର। ଏବେ ଧୋନୀ ଗିର ପ୍ରଜାତୀର ଗାଈ ଆଣିବାକୁ ଯୋଜନା କରୁଛନ୍ତି।
ଧୋନୀଙ୍କ ଏହି ଫାର୍ମହାଉସରେ ୩୦୦ ଗାଈ ରଖାଯିବାକୁ ଯୋଜନା ରହିଛି। ବର୍ତ୍ତମାନ ଏଠାରେ ଦିନକୁ ୪ଶହ ଲିଟର ଧୁଗ୍ଧ ଉତ୍ପାଦନ ହେଉଛି। ତେବେ ଧୋନୀ ଲୋକାଲ ଫର୍‌ ଭୋକାଲ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଧୋନୀ ଏକ ଭଲ ପ୍ରଜାତିର ଗାଈ ପ୍ରସ୍ତୁତ କରିବାୟେକୁ ଯୋଜନା କରୁଛନ୍ତି। ଏହି ଗାଈକୁ ସେ ଚାଷୀମାନଙ୍କୁ ମାଗଣାରେ ଦେବାକୁ ଯୋଜନା କରୁଥିବା ଜଣାପଡିଛି।
ଧୋନୀ ନିଜ ଫାର୍ମରେ ଗାଈଗୁଡିକର ଖାନ୍‌ ଯତ୍ନ ନେଛଛନ୍ତି। ସେମାନଙ୍କ ଖାଦ୍ୟ ଏବଂ ଦିଆଯାଉଥିବା ମାତ୍ର ଉପାରେ ସେ ବିଶେଷ ଭାବେ ଧ୍ୟାନ ରଖୁଛନ୍ତି। ଏପରିକି ପ୍ରତ୍ୟେକ ଲିଟର କ୍ଷୀରର ରେକର୍ଡ ମଧ୍ୟ ସେ ରଖୁଛନ୍ତି।

Share