ନୂଆଦିଲ୍ଲୀ,୧୮।୮: ୨୦୧୦ରେ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ଅଛି। ହେଲେ ବିବାହ ପୂର୍ବରୁ ଅନେକ ବଲିଉଡ୍ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଛି। ଏହା ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।
ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍ରେ ଧୋନୀଙ୍କୁ ଉତ୍ସାହିତ କରିବାକୁ ଦୀପିକା ପାଦ୍ୟୁକୋନ୍ ପହଞ୍ଚିଥିଲେ। ସେତେବେଳେ ଉଭୟ ଉଭୟଙ୍କୁ ଡେଟ୍ କରୁଥିବା ଚର୍ଚ୍ଚାରେ ରହିଥିଲା। ହେଲେ ପରେ ସେମାନେ ଏହାକୁ ଖଣ୍ଡନ କରିଥିଲେ। ଧୋନୀ କମେଡି ନାଇଟ୍ସ ଉଇଥ୍ କପିଲର କ୍ରିଏଟିଭ୍ ଡାଇରେକ୍ଟର ପ୍ରିତି ସିମୋନ୍ସ, ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରାଈ ଲକ୍ଷ୍ମୀଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଥିଲା। ଲକ୍ଷ୍ମୀ ଏହାକୁ ସ୍ବିକାର ମଧ୍ୟ କରିଥିଲେ। ହେଲେ ସେମାନଙ୍କର ସମ୍ପର୍କ ବେଶିଦିନ ଚାଲି ନ ଥିଲା। ଏହାଛଡ଼ା ଆସିନଙ୍କ ସହ ତାଙ୍କ ରିଲେଶନସିପ୍ ଥିବା କୁହାଯାଉଥିଲା। ଶେଷରେ ସେ ସାକ୍ଷୀଙ୍କୁ ଜୀବନସାଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।