Posted inଖେଳ

ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍‌ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ

ନୂଆଦିଲ୍ଲୀ,୧୦।୧: ଆଇପିଏଲ୍‌ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଅଭ୍ୟାସ କରୁଥିବା ଦେଖାଯାଇଛି। ଏଣୁ ସେ ଆଇପିଏଲ୍‌ ୨୦୨୪ରେ ଖେଳିବା ସହ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି।

ବୟସାଧିକ ହୋଇଥିବା ବେଳେ ଫିଟ୍‌ନେସ୍‌କୁ ନେଇ ଧୋନୀ ଆଇପିଏଲ୍‌ ଖେଳି ନ ପାରନ୍ତି ବୋଲି କୁହାଯାଉଥିଲା। ବିଶେଷକରି ଉତ୍ତରାଖଣ୍ଡର ନିଜ ଗାଁରେ ଥିବା ବେଳେ ଧୋନୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବାରି ହୋଇପଡ଼ୁଥିଲା। ଏଣୁ ପ୍ରଶଂସକମାନେ ତାଙ୍କ ଖେଳିବା ନେଇ ଚିନ୍ତିତ ହୋଇପଡ଼ିଥିଲେ। ଏବେ ଋଷଭ ପନ୍ତଙ୍କ ଭଉଣୀଙ୍କ ନିର୍ବନ୍ଧ ପାର୍ଟିରୁ ଘରକୁ ଫେରିବା ପରେ ସେ ଅଭ୍ୟାସ କରୁଥିବା ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିଲାଗି ସେ ଆଇପିଏଲ୍‌ ଲାଗି ଅଭ୍ୟାସ କରୁଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Shubman Gill: ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଶୁବମନ ଗିଲ୍‌, ବୁମ୍‌ରାଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୩।୩: ଭାରତୀୟ ବ୍ୟାଟସମ୍ୟାନ ଶୁବମନ ଗିଲଙ୍କୁ ଫେବୃଆରୀ ପାଇଁ ICC ପ୍ଲେୟାର୍‌ ଅଫ୍‌ର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଦିଆଯାଇଛି। ଶୁବମନ ଗିଲ ତୃତୀୟ ଥର...

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ଢାକା,୧୨ା୩: ବାଂଲାଦେଶର ଅଭିଜ୍ଞ ଅଲ୍‌ରାଉଣ୍ଡର ମହମ୍ମୁଦୁଲା ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ମହମ୍ମୁଦୁଲା ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ କେନ୍ଦ୍ରୀୟ ଚୁକ୍ତିରେ...

ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍‌ନର ଶୁବମନ ଗିଲ୍‌ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ...

ମାଲାମାଲ ହେଲେ ଗୌତମ ଗମ୍ଭୀର! ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଜାଣନ୍ତୁ ବିସିସିଆଇ ଦେଲେ କେତେ ପୁରସ୍କାର

ନୂଆଦିଲ୍ଲୀ,୧୨।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ, ଭାରତୀୟ କ୍ରିକେଟ ଟିମ୍‌ ଉପରେ ଟଙ୍କାର ବର୍ଷା ହୋଇଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪...

କୋହଲିଙ୍କୁ ବଡ଼ ଝଟକା: ଚାମ୍ପିୟନ୍ସ ଟ୍ରଫି ପରେ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କଲା IIC, ଭାରତରୁ ଏହି ଖେଳାଳି ଆଗରେ…

ନୂଆଦିଲ୍ଲୀ,୧୨।୩: ICC ବୁଧବାର ଅପଡେଟ୍‌ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ୭୬ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଭାରତୀୟ ଅଧିନାୟକ...

Jasprit Bumrahଙ୍କୁ ପୁଣି ଆଘାତ ଲାଗିଲେ ଶେଷ ହେବ କ୍ୟାରିୟର! BCCIକୁ ଚେତାବନୀ ଦେଲେ…

ନୂଆଦିଲ୍ଲୀ,୧୨।୩: ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କ ପିଠି ଆଘାତ ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଶେନ ବଣ୍ଡ ବିସିସିଆଇକୁ...

ବିରାଟ କୋହଲି ଆଉଟ୍‌ ହେବା ପରେ ଚାଲିଗଲା ୧୪ ବର୍ଷୀୟା ଝିଅଙ୍କ ଜୀବନ, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୩: ଗତ ରବିବାର ଅର୍ଥାତ୍‌ ମାର୍ଚ୍ଚ ୯ ତାରିଖରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ଖେଳାଯାଇଥିଲା, ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରି...

ଅଧୁରା କାମ ପୂରା କରିବାକୁ ଆଗାମୀ ବିଶ୍ୱକପ ଖେଳିବେ ରୋହିତ: ଅଷ୍ଟ୍ରେଲିଆ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୨।୩: ନ୍ୟଜିଲାଣ୍ଡ ବିପକ୍ଷରେ ରବିବାର ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଯାହାପରେ ଅନେକ ପ୍ରଶ୍ନର ଉତ୍ତର ମିଳିଯାଇଛି। ଏହି ଉତ୍ତରଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ରୋହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image