ଚେନ୍ନାଇ, ୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ନେବାର ଶୈଳିକୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ପ୍ରଶଂସା କରିଛନ୍ତି। ଆଗାମୀ ଆଇପିଏଲରେ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍କେ ପାଇଁ ଖେଳିବେ ବାମହାତୀ ବ୍ୟାଟ୍ସମ୍ୟାନ କମ୍ ଅଫ୍ ସ୍ପିନର ମୋଇନ।
ଧୋନୀଙ୍କ ନେତୃତ୍ୱରେ ଖେଳିଥିବା କ୍ରିକେଟରଙ୍କ ସହ କଥା ହୋଇଛି। ସେମାନେ ମୋତେ ଧୋନୀଙ୍କ ଯୋଗୁ ସେମାନଙ୍କ ଖେଳରେ ଆସିଥିବା ଉନ୍ନତି ସମ୍ପର୍କରେ କୁହନ୍ତି। ମୋ ମତରେ ଏଭଳି କେବଳ ମହାନ ଅଧିନାୟକ ହିଁ କରିପାରିବେ। ମୁଁ ଭାବୁଛି, ପ୍ରତ୍ୟେକ ଖେଳାଳି ଧୋନୀଙ୍କ ନେତୃତ୍ୱରେ ଖେଳିବାକୁ ଚାହାନ୍ତି। ସେ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ଦିଅନ୍ତି ବୋଲି ଇଂଲଣ୍ଡର ୩୩ ବର୍ଷୀୟ ଅଲରାଉଣ୍ଡର କହିଛନ୍ତି।
ସିଏସ୍କେ ଖେଳାଳିମାନେ ବର୍ତ୍ତମାନ ମୁମ୍ବାଇରେ ଟ୍ରେନିଂ କରୁଛନ୍ତି। ସେଠାରେ ୩ ଥର ଚାମ୍ପିୟନ ସିଏସ୍କେ ତା’ର ପ୍ରଥମ ୫ମ୍ୟାଚ୍ ଖେଳିବ। ଆସନ୍ତା ୧୦ ତାରିଖରେ ଦଳ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ।