Categories: ଖେଳ

ମାତ୍ର ୪୦ ଟଙ୍କାରେ ଆଣ୍ଠୁଗଣ୍ଠି ଚିକିତ୍ସା କରୁଛନ୍ତି ଧୋନୀ

ରାଞ୍ଚି,୧।୭:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ସେବେଠାରୁ ସେ କେବଳ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ଧୋନୀ ତାଙ୍କ ଖାଲି ସମୟରେ ନିଜ ସହର ରାଞ୍ଚିରେ ରୁହନ୍ତି। ଏବେ ଧୋନୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି।
ଧୋନୀ ଗତ କିଛି ଦିନ ହେବ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେ ମଧ୍ୟ ଚିକିତ୍ସିତ ହେଉଛନ୍ତି, କିନ୍ତୁ ଦେଶ କିମ୍ବା ବିଦେଶର କୌଣସି ବଡ଼ ଡାକ୍ତରଖାନାରେ ନୁହେଁ। ଧୋନୀ ରାଞ୍ଚିଠାରୁ ୭୦ କିଲୋମିଟର ଦୂରରେ ଥିବା ଲମ୍ପୁକର ଜଙ୍ଗଲ ଅଞ୍ଚଳରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ବଇଦ ବନ୍ଦନ ସିଂ ଖେରୱାର ଚିକିତ୍ସା କରୁଛନ୍ତି। ଧୋନୀ ପ୍ରାୟ ଏକ ମାସ ହେବ ସେଠାକୁ ଯାଉଛନ୍ତି ଏବଂ ମାତ୍ର ୪୦ ଟଙ୍କା ଚିକିତ୍ସା କରୁଛନ୍ତି। ତାଙ୍କୁ ଔଷଧ ପାଇଁ ୨୦ ଟଙ୍କା ଏବଂ ଫି’ ଭାବରେ ୨୦ ଟଙ୍କା ଦେବାକୁ ପଡେ।
ଧୋନୀ ମାସରେ ୪ ଦିନ ସେଠାକୁ ଯାଇ ଔଷଧ ଆଣନ୍ତି। ବନ୍ଦନ ସିଂଙ୍କ ଅନୁଯାୟୀ ଧୋନୀଙ୍କ ମାତାପିତା ମଧ୍ୟ ତାଙ୍କ ପାଖକୁ ଆସିଛନ୍ତି। ଧୋନୀ ପ୍ରଥମ ଥର ତାଙ୍କ ପାଖକୁ ଆସିଥିବାବେଳେ ସେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ତାଙ୍କୁ ଧୋନୀଙ୍କ ବିଷୟରେ କହିବା ପରେ ସେ ଜାଣିଥିଲେ। ଏବେ ଧୋନୀ ସେଠାକୁ ଗଲେ ତାଙ୍କୁ ଦେଖିବା ପାଇଁ ବହୁତ ଭିଡ଼ ହୋଇଥାଏ।
ବନ୍ଦନ ସିଂଙ୍କ ଅନୁଯାୟୀ, କ୍ୟାଲସିୟମ ଅଭାବରୁ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଛି। ସେ ଚାଲିବାରେ ଅସୁବିଧା ଅନୁଭବ କରୁଛନ୍ତି। ଧୋନୀ ଶେଷ ଥର ପାଇଁ ଜୁନ ୨୬ରେ ତାଙ୍କ ନିକଟକୁ ଯାଇଥିଲେ।
ଆସନ୍ତା ବର୍ଷ ଆଇପିଏଲରେ ଖେଳିବେ ବୋଲି ଧୋନୀ ସ୍ପଷ୍ଟ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଥିବା ଧୋନୀ ଚେନ୍ନାଇରେ ନିଜ ଶେଷ ମ୍ୟାଚ୍‌ ଖେଳିବାକୁ ଚାହୁଁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇର ଦଳ ଚାରିଥର ଚାମ୍ପିୟନ ହୋଇଛି।

Share