Categories: ଖେଳ

ଆଜିକୁ ପୂରିଲା ଦୁଇ ବର୍ଷ

ନୂଆଦିଲ୍ଲୀ,୧୫।୮: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ସନ୍ଧ୍ୟା ୭ଟା ୨୯ ମିନିଟ୍‌ରେ ସେ ଏନେଇ ଘୋଷଣା କରି ପ୍ରଶଂସକଙ୍କୁ ଚମକାଇଥିଲେ। ଆଜି ଏହାକୁ ଦୁଇ ବର୍ଷ ପୂରଣ ହୋଇଛି।

ମାହି ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ ସନ୍ୟାସ ନେଉଥିବା ଜଣାଥିଲେ। ଉକ୍ତ ଭିଡିଓରେ ‘ ମେ ପଲ୍‌ ଦୋ ପଲ୍‌ କା ଶାୟର ହୁଁ…’ ଗୀତ ରହିଥିଲା। ଏବେ ବି ପ୍ରଶଂସକ ଉକ୍ତ ଗୀତକୁ ଭୁଲିନାହାନ୍ତି।

କହିରଖୁଛୁ, ଧୋନୀ ନିଜର ଶେଷ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ୪୧ ବର୍ଷୀୟ ଧୋନୀ ୩୫୦ ଦିନିକିଆ, ୯୮ ଟି୨୦ ଅନ୍ତର୍ଜାତୀୟ ଏବଂ ୯୦ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୧୭,୨୬୬ ରନ୍‌ କରିଛନ୍ତି। ଏଥିରେ ୧୦୮ ଅର୍ଦ୍ଧଶତକ ଏବଂ ୧୬ ଶତକ ରହିଛି। ଏହାଛଡ଼ା ଧୋନୀଙ୍କ ଅଧିନାକତ୍ୱରେ ଭାରତ ୩ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଥିଲା। ସେହିଭଳି ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଚାରିଥର ଆଇପିଏଲ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ୨୦୧୩ରେ ମଧ୍ୟ ଧୋନୀ ସିଏସ୍‌କେର ନେତୃତ୍ୱ ନେବେ।

Share