Categories: ଖେଳ

ଧୋନୀଙ୍କ ବାପା-ମା’ଙ୍କୁ କରୋନା

ରାଞ୍ଚି,୨୧।୪: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ-ମା’ ଦେବକୀ ଦେବୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ରାଞ୍ଚିର ପ୍ଲସ ସୁପର୍‌ ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧୋନୀ ଏବେ ଆଇପିଏଲ୍‌ ଖେଳୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଥିବା ଧୋନୀ ଏବେ ମୁମ୍ବାଇରେ ଅଛନ୍ତି।

Share