Advertisement
Categories: ଖେଳ

ଧୋନୀଙ୍କ ପଣ୍ଡିତ ଅବତାର

ନୂଆଦିଲ୍ଲୀ,୧୧।୮:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖନ୍ତି ନାହିଁ। କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହୁଏ। ଆଜିକାଲି ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ତାଙ୍କୁ ପଣ୍ଡିତ ଅବତାରରେ ଦେଖିବାକୁ ମିଳିଛି।
ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଧିନାୟକ ତଥା ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଥିବା ପଣ୍ଡିତଙ୍କ ପୋଷାକରେ ଧୋନୀ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଭାଇରାଲ ଫଟୋରେ ଧୋନୀଙ୍କ ହାତରେ ଏକ ଫୁଲମାଳ ମଧ୍ୟ ଦେଖିବାକୁ ମିଳୁଛି। ଏହି ଫଟୋ ଧୋନୀଙ୍କର ଏକ ନୂଆ ବିଜ୍ଞାପନ ବୋଲି କୁହାଯାଉଛି।
ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି କିନ୍ତୁ ସେ ଆଇପିଏଲରେ ଏବେ ବି ଖେଳୁଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି।