ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇଏସ ଅଧିକାରୀ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଧୋନୀ ଅଧିକାରୀଙ୍କ ବିରୋଧରେ କୋର୍ଟରେ ଅବମାନନା ପିଟିସନ ଦାଖଲ କରିଥିଲେ। ଯାହାକୁ ନେଇ ରାୟ ପ୍ରଦାନ କରିଛନ୍ତି କୋର୍ଟ। ତେବେ ଏହି ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖାଯାଇଛି। ଯାହାଫଳରେ ସେ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିପାରିବେ।

ସୂଚନାଯୋଗ୍ୟ,୨୦୧୩ରେ ସମ୍ପତ କୁମାର ତାମିଲନାଡୁ ପୋଲିସର ଜଣେ ସିଆଇଡି ଅଧିକାରୀ ଥିଲେ। ୨୦୧୩ରେ ବେଟିଂ ମାମଲା ଉଠାଇବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ସମ୍ପତ ତାଙ୍କ ତଦନ୍ତ ସମୟରେ ଏହି ମାମଲାରେ ଧୋନୀଙ୍କ ନାମ ଅନ୍ତର୍ଭୁକ୍ତ କରିଥିଲେ । ଏନେଇ ଧୋନୀ ସମ୍ପତ କୁମାର ଓ ଏକ ଟେଲିଭିଜନ ଚ୍ୟାନେଲ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଥିଲେ । ଏଥିସହ ସମ୍ପତଙ୍କ ବିରୋଧରେ କୋର୍ଟରେ ଅବମାନନା ପିଟିସନ ଦାଖଲ କରିଥିଲେ ।

Share