ନୂଆ ଇନିଂସ ଆରମ୍ଭ କରିବେ ଧୋନୀ

ଚେନ୍ନାଇ,୧୨।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ ପରେ ଏବେ ଫିଲ୍ମ ଜଗତକୁ ପ୍ରବେଶ କରିବାକୁ ଯାଉଛନ୍ତି। ଧୋନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ମାତା ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିପାଇଁ ଧୋନୀ ଅଭିନେତା ରଜନୀକାନ୍ତଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟଙ୍କ ସହ ସମ୍ପର୍କରେ ଅଛନ୍ତି। ଧୋନୀଙ୍କ ପ୍ରଯୋଜନାରେ ପ୍ରଥମ ଫିଲ୍ମର ନାୟିକା ଭାବେ ଦକ୍ଷିଣ ଅଭିନେତ୍ରୀ ନୟନତାରା ନଜର ଆସିବେ।
ଧୋନୀ ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ଏହି ସିଜିନ୍‌ ପରେ ସେ ଏନେଇ ଆନୁଷ୍ଠାନିକ ଅଫିସିଆଲ ଘୋଷଣା କରିବେ। ଚଳିତ ମାସରୁ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହେବ। ଧୋନୀ ଆଇପିଏଲ୍‌ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି। ଚେନ୍ନାଇରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟ ମଧ୍ୟ ଅଧିକ। ଧୋନୀଙ୍କ ବାୟୋପିକ ‘ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ ଦକ୍ଷିଣ ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା।