ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଠିକ ୧ ବର୍ଷ ପୂର୍ବେ, ଏହି ଦିନ ଦେଶରେ ସମାନ ପରିବେଶ ଥିଲା। ତା’ପରେ ହଠାତ୍ ସାରେ ଏପରି ଖବର ଆସିଥିଲା, ଯେଉଁଥିପାଇଁ ସମସ୍ତଙ୍କ ହୃଦୟ ଭାଙ୍ଗିଯାଇଥିଲା। ପ୍ରଥମେ କେହି ବିଶ୍ୱାସ କରି ନ ଥିଲେ ଯେ ଏହିପରି କିଛି ହୋଇପାରେ। ଆଜିର ଦିନରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଥିଲେ। କେବଳ ସେ ନୁହେଁ ଲୋକପ୍ରିୟ କ୍ରିକେଟର୍ ସୁରେଶ ରାଇନା ମଧ୍ୟ ଆଜିର ଦିନରେ ଅବସର ନେଇଥିଲେ। ଧୋନୀଙ୍କ ହଠାତ୍ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରିଥିଲା। ଇନଷ୍ଟାଗ୍ରାମରେ ‘ମେଁ ପଲ ଦୋ ପଲ କା ଶାୟର୍ ହୁନ’ ଧୂନ୍ରେ ର ଏକ ଭିଡିଓ ପୋଷ୍ଟ କରି ସେ ଅବସର ଘୋଷଣା କରିଥିଲେ। ଏହାର ମାତ୍ର ଏକ ଘଣ୍ଟା ପରେ ରାଇନା ମଧ୍ୟ ଅବସର ଘୋଷଣା କରିଥିଲେ। ଏହି ଦୁଇ ଖେଳାଳି ଏବେ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି।