Posted inଖେଳ

ଧୋନୀଙ୍କ ଘରକୁ ଆସିଲେ ନୂଆ ଅତିଥି, ସାକ୍ଷୀ କହିଲେ ମିସ୍‌ ୟୁ ମାହି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟକୁ ଅଲବିଦା କହିଛନ୍ତି। ସ୍ବାଧୀନତା ଦିବସରେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅବସର ଘୋଷଣା କରିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ଫଳରେ ତାଙ୍କ ଭବିଷ୍ୟତକୁ ନେଇ ସମସ୍ତ କଳ୍ପନାଜଳ୍ପନା ଶେଷ ହୋଇଛି। ଏସବୁ ଭିତରେ ଧୋନୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ଯାହାର ଫଟୋ ସ୍ତ୍ରୀ ସାକ୍ଷୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାସହ ଲେଖିଛନ୍ତି, ଏହି ସମୟରେ ମାହିଙ୍କୁ ବେଶୀ ମିସ୍‌ କରୁଛୁ। ସମସ୍ତେ ଜାଣନ୍ତି ମାହି ବହୁତ୍‌ ଗାଡି ପ୍ରିୟ। ନୂଆ ନୂଆ ଗାଡି କିଣିବା ତାଙ୍କର ଭାରି ସଉକ। ଧୋନୀ ନୂଆ କଲେକସନ୍‌ କାର୍‌ କିଣିଥାନ୍ତି, ଏଥର ସେ vintage pontiac fir bird trans am କାର୍‌ କିଣିଛନ୍ତି। ସାକ୍ଷୀ ଗାଡିର ଏକ ଭିଡିଓ ଶେୟାର କରିଛନ୍ତି। ଏକହି କାର୍‌ରର ମୂଲ୍ୟ ପାଖାପାଖି ୬୮.୩୧ ଲକ୍ଷ ଟଙ୍କା ହେବ। ଗତ ବର୍ଷ ନଭେମ୍ବରରେ ମୁମ୍ବାଇରେ ଏହାର ନିଲାମ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଘର ଭାଙ୍ଗିଲ, କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨ା୪ (ପି.ଟି.):ଆଇନଗତ ପ୍ରକ୍ରିୟାର ଅନୁପାଳନ ନ କରି ବେଆଇନ ଭାବେ ଘର ଭଙ୍ଗାଯିବା ଘଟଣାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ...

ଟଙ୍କା ଅପେକ୍ଷାରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ଆଗେଇପାରୁନି ଫେରସ୍ତ ପ୍ରକ୍ରିୟା

ଭୁବନେଶ୍ୱର,୨ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାର ଭିତରେ ରହିଛି। ଅନେକ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ, ଯେଉଁମାନେ ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ଚିଟ୍‌ଫଣ୍ଡ...

ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା

ନୂଆଦିଲ୍ଲୀ,୨ା୪(ପି.ଟି.):ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ...

ଅବସର ନେଲେ ଗଞ୍ଜାମ ସିଡିଏମଓ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ) ବିଜୟ କୁମାର ପଣ୍ଡା ଗତ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି। ଏନେଇ ବ୍ରହ୍ମପୁରସ୍ଥିତ ତାଙ୍କ...

ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଗଠନ ଓ ବରଗଡ଼ ଜିଲା ଗଠନ ଦିବସ ଅବସରରେ ଜିଲା କଂଗ୍ରେସ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍‌ ଦିବସ

ଅଟିଜିମ୍‌ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି।...

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image