Categories: ଖେଳ

ଆଇପିଏଲ୍‌ ପ୍ରସ୍ତୁତି ଆରମ୍ଭ କଲେ ଧୋନୀ, ଛକା ମାରୁଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୩ ଲାଗି କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଛି। ଡିସେମ୍ବରରେ ହୋଇଥିବା ମିନି ଅକ୍ସନ ପରେ ସମସ୍ତ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି।

ଆଇପିଏଲ୍‌ ୨୦୨୩ ଧୋନୀଙ୍କ ଅନ୍ତିମ ଟୁର୍ନାମେଣ୍ଟ ହେବ ବୋଲି କୁହାଯାଉଥିବା ବେଳେ ସେ ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି। ତାଙ୍କର ଏକ ଭିଡିଓ ବେଶ ଭାଇରାଲ ହେଉଛି। ଭିଡିଓରେ ସେ ସ୍ପିନ୍‌ ବୋଲିଂକୁ ଖେଳି ଛକା ମାରୁଥିବା ଦେଖାଯାଉଛି।

୧୫ ଅଗଷ୍ଟଠ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସବୁଦିନ ଲାଗି ବିଦାୟ ନେଇଥିଲେ ଧୋନୀ। ସେବେଠାରୁ ତାଙ୍କୁ କେବଳ ଆଇପିଏଲ୍‌ରେ ଖେଳୁଥିବା ଦେଖାଯାଉଛି। ଏହି କାରଣରୁ ପ୍ରଶଂସକମାନେ ଆଇପିଏଲ୍‌ ଦେଖିବାକୁ ଉତ୍ସାହର ସହକାରେ ଅପେକ୍ଷା କରି ରହିଥାନ୍ତି।

ନିକଟରେ ଭାରତୀୟ ଟିମ୍‌ ରାଞ୍ଚିରେ ମ୍ୟାଚ୍‌ ଖେଳିବାକୁ ଯାଇଥିବା ବେଳେ ଧୋନୀଙ୍କୁ ସେଠାରେ ଦେଖାଯାଇଥିଲା। ସ୍ତ୍ରୀଙ୍କ ସହ ସେ ପହଞ୍ଚିଥିଲେ। ପରେ ସେ ଖେଳାଳିମାନଙ୍କୁ ଡିନର୍‌ ପାର୍ଟି ଲାଗି ଆମନ୍ତ୍ରଣ କରିଥିଲେ।

Share