Categories: ଖେଳ

ଶୋଇଥିବା ଅବସ୍ଥାରେ ଧୋନୀଙ୍କ ଭିଡିଓ କଲେ ଏୟାର ହୋଷ୍ଟେସ

ନୂଆଦିଲ୍ଲୀ,୩୦।୭: ପ୍ରଶଂସକମାନେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଝଲକ ପାଇବାକୁ ସର୍ବଦା ଆଗ୍ରହୀ ଆଆନ୍ତି। ଧୋନି ସୋସିଆଲ ମିଡିଆଠାରୁ ବହୁତ ଦୂରରେ ରୁହନ୍ତି। ସେ ଲାଇମଲାଇଟ ଠାରୁ ଦୂରରେ ରହି ସାଦାସିଧା ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।ଏହି କାରଣରୁ, ଯେତେବେଳେ ବି ତାଙ୍କର କୌଣସି ଭିଡିଓ ସୋସିଆଲ ମିଡିଆରେ ଆସେ, ଏହା ବହୁତ ଶୀଘ୍ର ଭାଇରାଲ ହୋଇଥାଏ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିମାନର ଇକୋନୋମି କ୍ଲାସରେ ଶୋଇଥିବାର ନଜର ଆସିଛନ୍ତି।

ଏହି ଭିଡିଓକୁ ଜଣେ ଏୟାର ହୋଷ୍ଟେସ ଚୁପଚାପ ରେକର୍ଡ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ଧୋନୀ ଶୋଇଥିବା ବେଳେ ତାଙ୍କ ପାଖ ସିଟରେ ସହଧର୍ମିଣୀ ସାକ୍ଷି ଧୋନୀ ବସିଥିବା ଦେଖାଯାଇଛି। ସେ ମୋବାଇଲ ଦେଖୁଥିବା ବେଳେ କୁଲ କ୍ୟାପଟେନ ଧୋନୀ ଚୁପଚାପ ଶୋଇଯାଇଛନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେହି କେହି ଏହି ଭିଡିଓକୁ ପସନ୍ଦ କରିଥିବା ବେଳେ ଆଉ କେହି ଏହାକୁ ନା ପସନ୍ଦ କରିଛନ୍ତି।

Share